ବାଲେଶ୍ଵର: ଥାନାରେ ଦୁଇଗୋଷ୍ଠୀ ଗଣ୍ଡଗୋଳ ଘଟଣା, ଆହତ ଗୋଷ୍ଠୀ କଲେ ରାସ୍ତାରୋକ । ରେମୁଣା ଥାନା ଭିତରେ ୨ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ଆହତ ହୋଇଥିବା ଗୋଷ୍ଠୀଙ୍କ ଦ୍ୱାରା ଥାନା ଆଗରେ ରାସ୍ତାରୋକ କରାଯାଇଛି।
ଥାନାରେ ଦୁଇଗୋଷ୍ଠୀ ଗଣ୍ଡଗୋଳ ଘଟଣା, ଆହତ ଗୋଷ୍ଠୀ କଲେ ରାସ୍ତାରୋକ - ବାଲେଶ୍ବର ଖବର
ରେମୁଣା ଥାନା ଭିତରେ ୨ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ଆହତ ହୋଇଥିବା ଗୋଷ୍ଠୀଙ୍କ ଦ୍ୱାରା ଥାନା ଆଗରେ ରାସ୍ତାରୋକ । ଅଧିକ ପଢନ୍ତୁ...
ଥାନାରେ ଦୁଇଗୋଷ୍ଠୀ ଗଣ୍ଡଗୋଳ ଘଟଣା, ଆହତ ଗୋଷ୍ଠୀ କଲେ ରାସ୍ତାରୋକ
ସୋମବାର ରାତି 11ଟା ବେଳେ ୨ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ବେଳେ ଗୋଟିଏ ଗୋଷ୍ଠୀ ଅପର ଗୋଷ୍ଠୀଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ଦୁଇଜଣ ଗୁରୁତର ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏହାକୁ ନେଇ ଆହତ ଗୋଷ୍ଠୀ ପୋଲିସ ସେମାନଙ୍କ କୌଣସି ଅଭିଯୋଗ ନ ଶୁଣିବା ନେଇ ରାସ୍ତାରୋକ କରିଛନ୍ତି। ରେମୁଣା ଥାନା ଆଗରେ ଉତ୍ତେଜନା ଲାଗି ରହିଛି । ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚିଥିବା ବେଳେ ପୋଲିସ ଅଭିଯୋଗ ମୂଳେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅଭିଯାନ ଆରମ୍ଭ କରିଥିବା ଜଣାପଡିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ