ବାଲେଶ୍ବର: ବେପରୁଆ ଗାଡି ଚାଳନା ଯୋଗୁ ଶେଷରେ ଭାଙ୍ଗିଲା କାର ଓ ମାଡ଼ ଖାଇଲେ ଡ୍ରାଇଭର। ଏମିତି ଘଟଣା ଘଟିଛି ବାଲେଶ୍ଵର ସହଦେଵଖୁଣ୍ଟା ଥାନା ଅଞ୍ଚଳରେ।
ଏକ କାର ନୂଆବଜାରରୁ ଫାଣ୍ଡି ଛକ ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ବେଳେ କାରଟି ପ୍ରଥମେ ଇଲେକ୍ଟ୍ରୀ ଖୁଣ୍ଟ ଏବଂ ଅନ୍ନପୂର୍ଣ୍ଣା ଫାଷ୍ଟ ଫୁଡ୍ ଉପରକୁ ମାଡି ଯାଇଥିଲା । ଫଳରେ ଦୋକାନରେ ଥିବା ବିଭିନ୍ନ ଆସବାବପତ୍ର ନଷ୍ଟ ହୋଇଯୋଇଥିଲା ।