ଓଡିଶା

odisha

ETV Bharat / city

ଫସଲ ନଷ୍ଟ ଅଭିଯୋଗରେ ଗୋରୁଗାଈଙ୍କୁ ବାନ୍ଧି ପ୍ରତିବାଦ - ବାଲେଶ୍ବର

ଗୋରୁଗାଈ ଫସଲ ନଷ୍ଟ କରୁଥିବା ଅଭିଯୋଗରେ ଚାଷୀମାନେ ଗୋରୁଗାଈଙ୍କୁ ବାନ୍ଧି ପ୍ରତିବାଦ କରୁଛନ୍ତି । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କୁମ୍ଭୀରଗଡି ପଞ୍ଚାୟତର ଘଟଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Jul 19, 2019, 2:49 PM IST

ବାଲେଶ୍ବର: ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କୁମ୍ଭୀରଗଡି ପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଫସଲ ନଷ୍ଟ କରୁଥିବା ଅଭିଯୋଗରେ ଚାଷୀମାନେ ଗୋରୁଗାଈଙ୍କୁ ବାନ୍ଧି ପ୍ରତିବାଦ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଖରିଫ ଧାନ ଫସଲ ସହିତ ପନିପରିବା ଚାଷକୁ ଖାଇ ନଷ୍ଟ କରିବା ପ୍ରତିବାଦରେ ଶତାଧିକ ଗାଈଗୋରୁଙ୍କୁ ବାନ୍ଧିରଖି ଅଡଙ୍ଗପନ୍ତାଇ ଗ୍ରାମବାସୀ ପ୍ରତିବାଦ କରିଛନ୍ତି । ସୂଚନା ଅନୁଯାୟୀ, ସ୍ଥାନୀୟ କୁମ୍ଭୀରଗଡି ଗାଁର ବହୁ ବ୍ଯକ୍ତି ସେମାନଙ୍କ ଶତାଧିକ ଗାଈଗୋରୁଙ୍କୁ ବେପରୁଆ ଭାବେ ଛାଡି ଅଡଙ୍ଗପନ୍ତାଇ ଗ୍ରାମରେ ଥିବା ଶହଶହ ଏକର ଚାଷ ଜମିରେ ବ୍ୟାପକ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି।

ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଘଟୁଥିବା ବେଳେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ତଥା ଗ୍ରାମବାସୀଙ୍କ ଜରିଆରେ ବାରମ୍ବାର ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ଫଳରେ ଉତ୍ତ୍ୟକ୍ତ ଗ୍ରାମବାସୀ ଏକଜୁଟ ହୋଇ ଶତାଧିକ ଗାଈଗୋରୁଙ୍କୁ ବାନ୍ଧି କ୍ଷତିପୂରଣ ଦାବି କରି ଧାରଣାରେ ବସିଥିଲେ । ପରେ ଘଟଣା ସମ୍ପର୍କରେ ଭୋଗରାଇ ବିଡିଓ ଦୀପ୍ତି ରଞ୍ଜନ ସେଠୀ ଅବଗତ ହେବାପରେ ଉଭୟ ଗାଁର ଗ୍ରାମବାସୀଙ୍କୁ ନେଇ ଘଟଣାର ସ୍ଥାୟୀ ସମାଧାନ କରାଯିବ ବୋଲି କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details