ଓଡିଶା

odisha

ETV Bharat / city

ସାହାଯ୍ୟ କଲାନି ପ୍ରଶାସନ, ଜୀବନ ହାରିଲେ ଇଚ୍ଛାମୃତ୍ୟୁ ମାଗିଥିବା ଯୁବକ

ବିଷ ପିଇ ଆତ୍ମହତ୍ୟା କଲେ ଦୁର୍ଘଟଣାରେ ଶିକାର ହୋଇ ଯନ୍ତ୍ରଣା ପାଉଥିବା ଯୁବକ । ବାରମ୍ବାର ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଥିଲେ ମଧ୍ୟ ନିରାଶ ହୋଇ କଲେ ଆତ୍ମହତ୍ୟା । ଅଧିକ ପଢନ୍ତୁ

ମିଳିଲାନି ସରକାରୀ ସହାୟତା, ଆତ୍ମହତ୍ୟା କଲେ ଇଚ୍ଛାମୃତ୍ୟୁ ମାଗିଥିବା ଯୁବକ
ମିଳିଲାନି ସରକାରୀ ସହାୟତା, ଆତ୍ମହତ୍ୟା କଲେ ଇଚ୍ଛାମୃତ୍ୟୁ ମାଗିଥିବା ଯୁବକ

By

Published : Sep 10, 2022, 1:33 PM IST

ବାଲେଶ୍ଵର: ରାଜ୍ୟରେ ବଢିବାରେ ଲାଗିଛି ଆତ୍ମହତ୍ୟା ପ୍ରବଣତା । ପ୍ରତିଦିନ କିଛି ନା କିଛି କାରଣରୁ ଆତ୍ମହତ୍ୟା କରୁଛନ୍ତି ଯୁବପିଢିଙ୍କ ଠାରୁ ଆରମ୍ଭ କରି ବୟସ୍କ । ପାରିବାରିକ କଳହ ହେଉ ବା ପ୍ରେମ ଜନିତ କାରଣ ଅବା ଆର୍ଥୀକ ସମସ୍ୟା ଯୋଗୁଁ ରାଜ୍ୟରେ ବଢୁଛି ଆତ୍ମହତ୍ୟା ଜନିତ ମାମଲା, ଫଳରେ ଅକାଳରେ ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ । ସେହିପରି ସରକାରୀ ସହାୟତା ନପାଇବାରୁ ବାଲେଶ୍ଵର ବରୁଣସିଂ ଅଞ୍ଚଳର ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମୋବାଇଲରେ ଲାଇଭ ଭିଡ଼ିଓ କରି ବିଷ ପିଇ ଆତ୍ମହତ୍ୟା କରିଥିବା ବେଳେ ଏଥି ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଷ୍ଟାଟସରେ ଲେଖିଥିଲେ ।

ମିଳିଲାନି ସରକାରୀ ସହାୟତା, ଆତ୍ମହତ୍ୟା କଲେ ଇଚ୍ଛାମୃତ୍ୟୁ ମାଗିଥିବା ଯୁବକ

ରେମୁଣା ବ୍ଲକ ବରୁଣସିଂ ଅଞ୍ଚଳର ବିଜୟ କୁମାର ଜେନା । ୨୦୧୮ ମସିହାରେ ଏକ ସଡକ ଦୁର୍ଘଟଣାରେ ଶିକାର ହୋଇ ବିଜୟ ୮୦ ପ୍ରତିଶତ ଦିବ୍ୟାଙ୍ଗ ପାଲଟିଗଲେ । ପରିବାର କହିଲେ ପାରାଲିସିସରେ ପୀଡିତ ରୋଗିଣା ବାପା କୁନା ଜେନା ଏବଂ ଦୃଷ୍ଟିହୀନ ମାଆ ସୁଲୋଚନା ଜେନା। ପରିବାରର ଆର୍ଥୀକ ସ୍ଥିତି ଭଲ ନଥିବାରୁ ଚିକିତ୍ସାରୁ ବଞ୍ଚିତ ହୋଇ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବିଜୟ । ତେଣୁ ଚିକିତ୍ସା ନିମନ୍ତେ କିଛି ସହାୟତା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ କରି ସହାୟତା ପାଇଁ ନିବେଦନ କରିଥିଲେ । କିନ୍ତୁ ଦିନ ପରେ ଦିନ ବିତିବା ପରେ ମଧ୍ୟ କୌଣସି ସହାୟତା ପାଇନଥିଲେ ବିଜୟ ।

ଏହା ମଧ୍ୟ ପଢନ୍ତୁ-ମାଲକାନଗିରିରେ ମାଡୁଛି ଅଜଣା ରୋଗ, ୧୦ ଦିନରେ ଗଲାଣି ୬ ଜୀବନ

ଶେଷରେ ଲମ୍ବା ପ୍ରତୀକ୍ଷାରେ ବିଜୟ ନିରାଶ ହୋଇ ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରି ନିବେଦନ କରିଥିଲେ। ଏହାପରେ ଶୁକ୍ରବାର ନିଜେ ନିଜ ମୋବାଇଲରେ ଲାଇଭ ଭିଡ଼ିଓ କରି ବିଷ ପିଇ ଦେଇଥିଲେ। ଏଥି ସହ ଷ୍ଟାଟସରେ ତାଙ୍କର ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ଲେଖିଥିଲେ । ଏହା ଦେଖି ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବହୁତ କଷ୍ଟ ପାଇବା ପରେ ଶେଷରେ ବିଜୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଏଠି ପ୍ରଶ୍ନ ଉଠୁଛି ବିଜୟଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ?

ABOUT THE AUTHOR

...view details