ଓଡିଶା

odisha

ETV Bharat / city

ବାଲେଶ୍ବର ସଦର ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ହେଲେ ମମତା କୁଣ୍ଡୁ - Balasore by-election

ବାଲେଶ୍ବର ସଦର ଉପନିର୍ବାଚନ ପାଇଁ କଂଗ୍ରେସ ମମତା କୁଣ୍ଡୁଙ୍କୁ ପ୍ରାର୍ଥୀ କରିଛି । ଏନେଇ ମମତା ବହୁତ ଖୁସି ଥିବା କହିଛନ୍ତି । ଅଧିକ ପଢନ୍ତୁ...

ବାଲେଶ୍ବର ସଦର ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ହେଲେ ମମତା କୁଣ୍ଡୁ
ବାଲେଶ୍ବର ସଦର ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ହେଲେ ମମତା କୁଣ୍ଡୁ

By

Published : Oct 13, 2020, 8:58 AM IST

ବାଲେଶ୍ଵର: ସଦର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ନିଜର ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ବିଜେପିରୁ ମାନସ ଦତ୍ତ, ବିଜେଡିରୁ ସ୍ବରୂପ ଦାସଙ୍କ ନାମ ଘୋଷଣା କରାଯାଇଥିବାବେଳେ କଂଗ୍ରେସ ସମାଜସେବୀ ମମତା କୁଣ୍ଡୁଙ୍କ ନାମ ଘୋଷଣା କରିଛି।

ବାଲେଶ୍ବର ସଦର ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ହେଲେ ମମତା କୁଣ୍ଡୁ

ମମତା କୁଣ୍ଡୁ ବିଭିନ୍ନ ସମୟରେ ସମାଜସେବା ପାଇଁ ନିଜର ପରିଚୟ ସୃଷ୍ଟି କରିଥିବାବେଳେ 2019 ନିର୍ବାଚନ ବେଳେ ମମତା ପୋଷ୍ଟର ମାରି ଲୋକଙ୍କୁ ସଚେତନ କରାଇବା ସହ ନିଜର ସ୍ଥିତି ଜାହିର କରିଥିଲେ। ସେତେବେଳେ ମମତା ବିଜେଡି ଆଡକୁ ମୁହାଉଁଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା।

ହେଲେ ଏବେ କଂଗ୍ରେସ ମମତାଙ୍କୁ ନିଜ ଶିବିରକୁ ଆମନ୍ତ୍ରିତ କରି ବିଧାୟକ ପ୍ରାର୍ଥୀ ଭାବେ ନାମ ଘୋଷଣା କରିଛି। କଂଗ୍ରେସର ଅନେକ ଆଶାୟୀ ଥିବାବେଳେ ମମତା କୁଣ୍ଡୁଙ୍କ ନାମରେ ଦଳ ମୋହର ମାରିଛି । ତେବେ କଂଗ୍ରେସ ତାଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ମମତା ବହୁତ ଖୁସି ଥିବା ସହ ସେ ବିନା ଲବିରେ ପ୍ରାର୍ଥୀ ହୋଇଥିବା କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details