ଓଡିଶା

odisha

ETV Bharat / city

ଗ୍ୟାଙ୍ଗଷ୍ଟାର ପାପା ପଣ୍ଡା ଗିରଫ ପରେ ଫିଟୁଛି ଗୁମର, 3 ରାଜ୍ୟରେ ଖେଳାଉଥିଲା ଆତଙ୍କ

ମୋଷ୍ଟ ୱାଣ୍ଟେଡ୍‌ ଚିନ୍ମୟ ପଣ୍ଡା ଓରଫ ପାପା ଗିରଫ । ପାପା ପଣ୍ଡାକୁ ଗିରଫ କଲା ବାଲେଶ୍ବର ପୋଲିସ । ଗିରଫ ନେଇ ସୂଚନା ଦେଲେ ବାଲେଶ୍ବର ଏସପି ।

ଡିଜାଇନ ଫଟୋ

By

Published : Sep 1, 2019, 8:35 PM IST

ବାଲେଶ୍ବର: ମୋଷ୍ଟ ୱାଣ୍ଟେଡ୍‌ ଚିନ୍ମୟ ପଣ୍ଡା ଓରଫ ପାପା ଗିରଫ । ପାପାକୁ ଗିରଫ କଲା ବାଲେଶ୍ବର ପୋଲିସ । ଗିରଫ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବାଲେଶ୍ବର ଏସପି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ପାପା ପଣ୍ଡା ନାଁରେ ବିଭିନ୍ନ ଥାନାରେ 20ରୁ ଅଧିକ ଅପରାଧିକ ମାମଲା ରହିଛି। ସେଥିରୁ 2ଟି ହତ୍ୟା ମାମଲା ରହିଥିବା ସୂଚନା ମିଳିଛି। ପାପା ଝାଡଖଣ୍ଡ, ଓଡିଶା, ପଶ୍ଚିମବଙ୍ଗ ଆଦି ଇଲାକାରେ ନିଜ କାୟା ବିସ୍ତାର କରିଥିଲା। ବାହାରେ ରହି ପାପା ବାଲେଶ୍ବରରେ ନିଜର ଅପରାଧିକ କାର୍ଯ୍ୟକଳାପ ଚଳାଇଥିଲା ବୋଲି ପୋଲିସ କହିଛି ।

2016 ମସିହାରେ ବହୁ ଚର୍ଚ୍ଚିତ ଖାସୁଆ ହତ୍ୟା ମାମଲାରେ ମାଷ୍ଟର ମାଇଣ୍ଡ ସାଜିଥିଲା ପାପା ପଣ୍ଡା। ଘଟଣାକୁ ନେଇ 25 ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବାବେଳେ ପାପାକୁ କୋର୍ଟ ପଳାତକ ଘୋଷଣା କରିଥିଲେ। ଏହାରି ଭିତରେ 3 ବର୍ଷ ବିତିଯାଇଥିଲେ ମଧ୍ୟ ପାପାକୁ ପୋଲିସ ଗିରଫ କରିବାରେ ବିଫଳ ହୋଇଥିଲା।

ତେବେ ତାକୁ ଗିରଫ କରିବା ଲାଗି ବାଲେଶ୍ଵର ଏସପି ବି ଯୁଗଳ କିଶୋରଙ୍କ ନିର୍ଦ୍ଦେଶରେ ରେମୁଣା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ଏହି ଟିମ ଗତକାଲି(ଶନିବାର) କଟକ ରେଳ ଷ୍ଟେସନ ନିକଟରୁ ପାପାକୁ ଗିରଫ କରିବାରେ ସଫଳ ହୋଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details