ବାଲେଶ୍ବର: ଖୋଖୋ ଖେଳରେ (Khokho competition) ବାଜି ମାରିଲା ବାଲେଶ୍ବର ଟିମ୍ । ଦମଦାର ପ୍ରଦର୍ଶନ କରି ବିଜୟୀ ମୁକୁଟ ପିନ୍ଧିଛି ବାଲେଶ୍ବର ପୁରୁଷ ଦଳ । ପୁରୁଷ ବର୍ଗରେ କିଟ୍ ଦଳକୁ ହରାଇ ଚମ୍ପିଆନ ହୋଇଛି ବାଲେଶ୍ବର ଟିମ । ସେପଟେ ମହିଳା ବର୍ଗରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ମହିଳା ଦଳ । ସଫଳତା ପାଉଁ ଉଭୟ ଦଳକୁ ଛୁଟିଛି ପ୍ରଶଂସାର ସୁଅ ।
୧୨ ତାରିଖରୁ ଅନୁଗୋଳ ଷ୍ଟାଡିୟମରେ ଚାଲିଥିବା ୫୪ ତମ ରାଜ୍ୟସ୍ତରୀୟ ସିନିୟର ଖୋ-ଖୋ ପ୍ରତିଯୋଗିତାର ପୁରୁଷ ବର୍ଗରେ ବାଲେଶ୍ଵର ପୁରୁଷ ଦଳ କିଟ୍ କୁ ହରାଇ ଚମ୍ପିଆନ ହୋଇଛି । ମହିଳା ବର୍ଗରେ ବାଲେଶ୍ଵର ମହିଳା ଦଳ କିଟ୍ ଟିମଠୁ ହାରି ରନର୍ସ ଅପ୍ ହୋଇଛନ୍ତି । ମହିଳା ବର୍ଗରେ କିଟ୍ ମହିଳା ଦଳ ଚାମ୍ପିୟନ ହୋଇଛି । ଉଭୟ ବର୍ଗର ଚାମ୍ପିୟନ ଏବଂ ରନର୍ସ ଅପ୍ ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରାଯାଇଛି।