ଓଡିଶା

odisha

By

Published : Sep 27, 2022, 5:57 PM IST

Updated : Sep 27, 2022, 6:47 PM IST

ETV Bharat / city

ପରିଣତ ବୟସରେ ହାତ ଛାଡି ଦେଲେ ପୁଅ, ସାହାରା ପାଇଁ ପ୍ରଶାସନକୁ ଗୁହାରି କଲେ ବୃଦ୍ଧ

ବୃଦ୍ଧ ଅବସ୍ଥାରେ ବାପାକୁ ପର କରିଦେଲେ ପୁଅ । ସାହାଯ୍ୟ ପାଇଁ ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇଲେ ୮୦ ବର୍ଷିୟ ବୃଦ୍ଧ ଶ୍ରୀଧର ମଲ୍ଲିକ । ଅଧିକ ପଢନ୍ତୁ

ପରିଣତ ବୟସରେ ହାତ ଛାଡି ଦେଲେ ପୁଅ, ସାହାରା ପାଇଁ ପ୍ରଶାସନକୁ ଗୁହାରି କଲେ ବୃଦ୍ଧ
ପରିଣତ ବୟସରେ ହାତ ଛାଡି ଦେଲେ ପୁଅ, ସାହାରା ପାଇଁ ପ୍ରଶାସନକୁ ଗୁହାରି କଲେ ବୃଦ୍ଧ

ବାଲେଶ୍ଵର: ବେଦ କହେ ‘ପିତା ଧର୍ମ ପିତା ସ୍ବର୍ଗ ପିତାହିଁ ପରମ ତପ, ପିତରି ପ୍ରତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତାଃ’ l ହେଲେ ଆମ ତଥାକଥିତ ସଭ୍ୟ ସମାଜରେ ଆଜି ପିତାର ଅବସ୍ଥା କେତେ ଶୋଚନୀୟ, ତାହାର ବସ୍ତବ ଚିତ୍ର ଦେଖିଲେ ଆପଣ ମଧ୍ୟ ବିଶ୍ବାସ କରିପାରିବେ ନାହିଁ । ବାଲେଶ୍ବର ଖଇରା ବ୍ଲକ ଖାଡିଗୋଛି ଗ୍ରାମର ଶ୍ରୀଧର ମଲ୍ଲିକ । ବୟସ ୮୦ ଛୁଇଁଲାଣି, ଚାଲିବାକୁ ଅଣ୍ଟାରେ ବଳ ନଥିବାରୁ ପାଦ ଥରହର ହେଉଛି । ପରିଣତ ବୟସରେ ସାହାରା କହିଲେ ଏକ ମାତ୍ର ବାଡି ଖଣ୍ଡେ । ରହିବା ପାଇଁ ପାଖରେ ଘର ଖଣ୍ଡେ ନଥିବାରୁ କେତେବେଳେ ଗଛ ମୂଳରେ ତ ପୁଣି କେତେବେଳେ କେଉଁ ସ୍କୁଲ ବାରଣ୍ଡାରେ ମୁଣ୍ଡ ଗୁଞ୍ଜୁଛନ୍ତି । ଅନ୍ୟପଟେ ପେଟକୁ ଦାନା ଯୋଗାଇବାକୁ ଅର୍ଥ ନଥିବାରୁ ଦିନେ ଖାଇଲେ ଦିନେ ପୁଣି ଉପାସ ରହୁଛନ୍ତି ବୃଦ୍ଧ ଜଣଙ୍କ ।

ପରିଣତ ବୟସରେ ହାତ ଛାଡି ଦେଲେ ପୁଅ, ସାହାରା ପାଇଁ ପ୍ରଶାସନକୁ ଗୁହାରି କଲେ ବୃଦ୍ଧ

ପୁତ୍ର ସନ୍ତାନଟିଏ ପାଇବା ଲାଗି ବାପାମାଆ ଦିଅଁ ଦେବତାଙ୍କ ନିକଟରେ କାହିଁ କେତେ ଗୁହାରୀ କରିଥାଆନ୍ତି । ଆଉ ସ୍ବପ୍ନ ଦେଖିଥାନ୍ତି ପୁଅ ବଡ ହେବ ଆମ ଦୁଃଖ ଦୂର କରିବ, ହେଲେ ଶ୍ରୀଧରଙ୍କ ସେହି ସ୍ବପ୍ନ ଏବେ ପାଣି ଫଟକା ପରି ପାଣିରେ ମିଳାଇଯାଇଛି । ଜନ୍ମ ଦେଇଥିବା ତିନି ପୁଅଙ୍କୁ ଲାଳନ ପାଳନ ପରେ ବଡ କରି ହାତକୁ ଦିହାତ କରିଥିଲେ, କିନ୍ତୁ ଏବେ ବାପାଙ୍କୁ ବେସାହାରା କରି ଦେଇଛନ୍ତି ଶ୍ରୀଧରଙ୍କ ତିନି ପୁଅ । ଫଳରେ ବୟସର ଅପରାହ୍ନରେ ଭୋକ ଉପାସରେ ଦିନ କାଟୁଛନ୍ତି ଶ୍ରୀଧର । ପୁଅର ସାହାରାରେ ଦିନ କାଟିବାକୁ ସ୍ବପ୍ନ ଦେଖିଥିବା ଶ୍ରୀଧର ଏବେ ଅସହାୟ ହୋଇ ଏଣେ ତେଣେ ବୁଲୁଛନ୍ତି । ଏମିତି ଅସହାୟ ଅବସ୍ଥାରେ ଥିବା ଶ୍ରୀଧର ନିଜର ଦୁଃଖ ଜଣାଇବାକୁ କାନ୍ଦି କାନ୍ଦି କାନ୍ଦି ପହଞ୍ଚିଥିଲେ ପ୍ରଶାସନ ନିକଟରେ ।

ଏହା ମଧ୍ୟ ପଢନ୍ତୁ- କ୍ଳାସ୍‌ରେ 75 ପ୍ରତିଶତ ଉପସ୍ଥିତ ରହିବାକୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାମନ୍ତ୍ରୀଙ୍କ ପରାମର୍ଶ

ଖଇରା ବ୍ଲକରେ ଚାଲିଥିବା ମିଳିତ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇଛନ୍ତି ଶ୍ରୀଧର । ତାଙ୍କର ତିନି ପୁଅ ଓ ବୋହୂ ଥିଲେ ମଧ୍ୟ ସେ ଆଜି ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଥିବା ଅଭିଯୋଗ କରିଥିଲେ । ଏହି ଦୁଃଖ ଶୁଣିବା ପରେ ଜିଲ୍ଲାପାଳ କଣ ପଦକ୍ଷପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା । ତେବେ କେଉଁ କାରଣକୁ କେନ୍ଦ୍ର କରି ଶ୍ରୀଧରଙ୍କୁ ତାଙ୍କ ପୁଅ ପରକରି ଦେଇଛନ୍ତି ତାହା ଅସ୍ପଷ୍ଟ ରହିଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Sep 27, 2022, 6:47 PM IST

ABOUT THE AUTHOR

...view details