ବାଲେଶ୍ଵର: ବିଜେଡିରେ ମିଶିଲେ ଅରୁଣ ଦେ । ସଦର ଉପନିର୍ବାଚନ ତାରିଖ ଘୋଷଣା ପରେ ଏବେ ସବୁ ଦଳ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିପଡିଛନ୍ତି। ଏହି ସମୟ ଭିତରେ ଦଳ ଡିଆଁ ଓ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।
ସଦର ଉପନିର୍ବାଚନ: ବିଜେଡିରେ ମିଶିଲେ ଅରୁଣ ଦେ - ବାଲେଶ୍ଵର ସଦର ଉପନିର୍ବାଚନ ଖବର
ବିଜେଡିରେ ସାମିଲ ହେଲେ ପାଞ୍ଚଥରର ବିଧାୟକ ଅରୁଣ ଦେ । ପୂର୍ବରୁ ସେ ବିଜେଡିକୁ ସମର୍ଥନ ଦେବେ ବୋଲି କହୁଥିବା ବେଳେ ନିଜ ସମର୍ଥକଙ୍କୁ ନେଇ ବିଜେଡିରେ ସାମିଲ ହୋଇଛନ୍ତି। ଅଧିକ ପଢନ୍ତୁ...
ସଦର ଉପନିର୍ବାଚନ: ବିଜେଡିରେ ମିଶିଲେ ଅରୁଣ ଦେ
ବୁଧବାର ବିଜେଡିର ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବାଲେଶ୍ୱର ରାଜନୀତିର ଭୀଷ୍ମ ପିତାମହ କୁହାଯାଉଥିବା ଅରୁଣ ଦେ ବିଜେଡିରେ ସାମିଲ ହୋଇଛନ୍ତି । ଯେଉଁଥିରେ ଅନ୍ୟ ଦଳର ଶତାଧିକ କର୍ମୀ ବିଜେଡିରେ ମିଶିଥିଲେ। ପୂର୍ବରୁ ସେ ବିଜେଡିକୁ ସମର୍ଥନ ଦେବେ ବୋଲି କହୁଥିବା ବେଳେ ନିଜ ସମର୍ଥକଙ୍କୁ ନେଇ ବିଜେଡିରେ ସାମିଲ ହୋଇଛନ୍ତି। ପୂର୍ବରୁ ସେ ବିଭିନ୍ନ ଦଳରୁ ପାଞ୍ଚ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । କର୍ମୀମାନଙ୍କୁ ଏବେ ଅଧିକ ଗୁରୁତ୍ୱ ଦିଆଯାଇ ମିଶ୍ରଣ ପର୍ବରେ ବିଭିନ୍ନ ଦଳ ଅସ୍ତିତ୍ୱ ଜାହିର କରିବାରେ ବ୍ୟସ୍ତ ଅଛନ୍ତି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ