ବାଲେଶ୍ଵର: ରାଜନୀତିର ପୁରୁଖା ଓ ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ସ୍ବର୍ଗତ ଅରୁଣ ଦେଙ୍କ ସମ୍ପତ୍ତି ଦାନ । ଦିବଂଗତ ନେତାଙ୍କ ସ୍ମୃତିକୁ ସାଇତି ରଖିବା ଉଦ୍ଦେଶ୍ୟରେ ତାଙ୍କ ସମ୍ପତ୍ତି ସର୍ବସାଧାରଣଙ୍କୁ ସମର୍ପିତ କରାଯାଇଛି ।
ଜନତାଙ୍କ ପାଇଁ ଉତ୍ସର୍ଗୀକୃତ ଅରୁଣ ଦେ'ଙ୍କ ଘର - ପୂର୍ବତନ ବାଲେଶ୍ବର ବିଧାୟକ ଅରୁଣ ଦେ
ବାଲେଶ୍ବରର ପୂର୍ବତନ ବିଧାୟକ ସ୍ବର୍ଗତ ଅରୁଣ ଦେଙ୍କ ସମ୍ପତ୍ତି ସର୍ବସାଧାରଣକୁ ଦାନ କଲେ ଭଉଣୀ । ଅଧିକ ପଢନ୍ତୁ...
ଜନତାଙ୍କ ପାଇଁ ଉତ୍ସର୍ଗ ହେବ ଅରୁଣ ଦେଙ୍କ ଘର
ଏହା ବିଭିନ୍ନ ସାମାଜିକ କାର୍ଯ୍ୟରେ ଲାଗିବ ବୋଲି ଅରୁଣ ଦେଙ୍କ ଭଉଣୀ ବାସନ୍ତୀ ଦେ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, 'ଅରୁଣ ଦେଙ୍କ ଏହି ଘର ଜନତାଙ୍କ ବ୍ୟବହାରରେ ଲାଗିବ । ସଭା ସମିତିଠୁ ଆରମ୍ଭ କରି ମାଗଣା ସ୍ବାସ୍ଥ୍ୟ ଶିବିର, ମହିଳାମାନଙ୍କ ବୈଠକ, ଆସୋସିଏସନ୍ ଏବଂ ଶ୍ରମିକମାନେ ଏକାଠି ବସି ଏଠାରେ ଆଲୋଚନା କରିବେ । ଏହାସହ ବିର୍ଲା ଟାୟର୍ସ ଶ୍ରମିକ, ମାଲିକ ଏବଂ ନେତାଙ୍କ ପାଇଁ ଦାଦାଙ୍କ ଘର ଦୁଆର ସବୁବେଳେ ଖୋଲା ରହିବ ।'
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ