ବାଲେଶ୍ବର:ବାଲେଶ୍ବର ସଦର ଉପନିର୍ବାଚନ ଲାଗି ଆଜି ଭୋଟ ଗଣତି । ବାଲେଶ୍ବରରେ କିଏ ମାରିବ ବାଜି । ଆଜି ଆସିବ ଫଳାଫଳ । ସକାଳ 8ଟାରୁ ଆରମ୍ଭ ହେବ ଭୋଟ ଗଣତି । କୋରୋନା କଟକଣାରେ କଡା ସୁରକ୍ଷା ଭିତରେ ଭୋଟ ଗଣତି ନେଇ ଜିଲ୍ଲାପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ । ଆଜି ଷ୍ଟ୍ରଙ୍ଗ ରୁମରୁ ଫିଟିବ ବାଲେଶ୍ବର ସଦର ଉପନିର୍ବାଚନ ପ୍ରାର୍ଥୀଙ୍କ ଭାଗ୍ୟ ।
ବାଲେଶ୍ବରର ପୂର୍ବତନ ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ ପରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସିମ୍ପାଥି ଭୋଟ ପାଇଁ ବିଜେପି ଦିବଙ୍ଗତ ନେତାଙ୍କ ପୁଅଙ୍କୁ ନିର୍ବାଚନକୁ ଓହ୍ଲାଇଛି । ସଦର ଉପନିର୍ବାଚନ ଲାଗି 6 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ବିଜେପି ପକ୍ଷରୁ ମଦନ ମୋହନଙ୍କ ପୁଅ ମାନସ ମୋହନ ଦତ୍ତ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି । ପୂର୍ବରୁ ପୌର ପରିଷଦ ନିର୍ବାଚନ ଜିତିଥିବା ସ୍ବରୂପ କୁମାରଙ୍କୁ ବିଜେଡି ଛିଡା କରିଛି । କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢିଥିଲେ ମମତା କୁଣ୍ଠୁ । ସେପଟେ, ସ୍ବାଧୀନ ପ୍ରାର୍ଥୀ ଭାବେ ବେଣୁଧର ବାରିକ ସମସ୍ତଙ୍କୁ କଡା ଟକ୍କର ଦେଇଛନ୍ତି ।
ମାନସ ବାପାଙ୍କ ନାଁରେ ଲୋକଙ୍କ ନିକଟତର ପ୍ରୟାସ ହେବାକୁ ଚେଷ୍ଟା କରିଥିଲେ । ତାଙ୍କ ବାପା ସର୍ବଦା ଦରକାର ଥିବା ଲୋକଙ୍କ ପାଖରେ ଛିଡା ହୋଇଆସିଛନ୍ତି । ସେ ମଧ୍ୟ ତାଙ୍କ ବାପାଙ୍କ ପରି କାମ କରିବେ ବୋଲି କହିଛନ୍ତି ମାନସ । 2019 ରେ ବିଜେପି ପ୍ରାର୍ଥୀ ଭାବେ ପ୍ରଥମ ଥର ଲାଗି ବାଲେଶ୍ବର ସଦର ଆସନରୁ ମୋଦନ ମୋହନ ଦତ୍ତ ବିଜୟ ହୋଇଥିଲେ ।