ଓଡିଶା

odisha

ETV Bharat / city

ବିଦୁ ଛକ ବସ ଟ୍ରାଜେଡି: ଘରକୁ ଫେରିଲା କୁନି ଝିଅ - ବିଦୁ ଛକ ବସ ଟ୍ରାଜେଡି

ଗତକାଲି ବାଲେଶ୍ବର ବସ ଦୁର୍ଘଟଣାରେ ନିଜ ପରିବାରକୁ ହରାଇଥିବା କୁନି ଝିଅ ସମ୍ପର୍କୀୟ ନିକଟକୁ ଫେରିଲା । ଅଧିକ ପଢନ୍ତୁ

ବିଦୁ ଛକ ବସ ଟ୍ରାଜେଡି: ଘରକୁ ଫେରିଲା କୁନି ଝିଅ
ବିଦୁ ଛକ ବସ ଟ୍ରାଜେଡି: ଘରକୁ ଫେରିଲା କୁନି ଝିଅ

By

Published : Jan 23, 2022, 10:39 PM IST

ବାଲେଶ୍ଵର: ଦୁର୍ଘଟଣାରେ ନିଜ ପରିବାରକୁ ହରାଇଥିବା କୁନି ଝିଅ ଘରକୁ ଫେରିଲା । ଗତକାଲି ବାଲେଶ୍ବର ବିଦୁ ଛକ ନିକଟରେ ଶାନ୍ତିଲତା ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ମୟୂରଭଞ୍ଜ ଜାମୁଗଢିଆ ଗାଁର ଜଣେ ୩ ବର୍ଷର ଝିଅଟି ତାର ମାଆ ଓ ୪ ମାସର ଭାଇକୁ ଦୁର୍ଘଟଣାରେ ହରାଇଥିଲେ। ଝିଅଟି ସ୍ପଷ୍ଟ ଭାବେ ନିଜର କିମ୍ବା ତା ବାପାଙ୍କ ନାମ କହି ପାରି ନଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କର ପରିଚୟ ମିଳିଥିଲା। ମୟୂରଭଞ୍ଜ ଜିଲ୍ଲା ଜାମୁଗଢିଆ ମୁରୁଡ଼ା ଅଞ୍ଚଳର ବୋଲି ଜଣାପଡିଥିଲା।

ବିଦୁ ଛକ ବସ ଟ୍ରାଜେଡି: ଘରକୁ ଫେରିଲା କୁନି ଝିଅ

ଦୁର୍ଘଟଣାର କରୁଣ ଦୃଶ୍ୟ, ବେସାହାରା 3 ବର୍ଷର ଝିଅ !

ମୁରୁଡ଼ାରୁ ଝିଅଟିର ମାମୁଁ, ଅଜା, ଆଈ ଆସି ସୋର ମେଡ଼ିକାଲରେ ପହଞ୍ଚିଥିଲେ। ଝିଅର ମାମୁଁଙ୍କର କହିବା କଥା ତାଙ୍କର ଭଉଣୀ ଭିଣୋଇ ମକର ପାଇଁ ବୁଲିବାକୁ ଆସିଥିଲେ। ତାଙ୍କର ଭିଣୋଇ ଓ ଜଣେ ଭାଣିଜି ମୋଟର ସାଇକେଲରେ କଟକକୁ ଯାଉଥିବାବେଳେ ପରିବାରର ଅନ୍ୟ ୩ ଜଣ ଶାନ୍ତିଲତା ବସରେ ଯାଉଥିଲେ। ସୂଚନାଥାଉକି ଗତକାଲି ବାଲେଶ୍ବରରୁ ବିଦୁ ଛକରେ ଏକ ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଇଥିଲା କୋଇଲା ବୋଝେଇ ଟ୍ରକ। ଏଥିରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details