ବାଲେଶ୍ଵର: ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କ ସହିତ ଜଣେ ମହିଳାଙ୍କ ଫଟୋ ଭାଇରାଲ ହୋଇଥିଲା । ଏହାକୁ ନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏହି ଘଟଣାକୁ ନିନ୍ଦା କରାଯିବା ସହ ବିଜେଡିକୁ ଏଥିପାଇଁ ଦାୟୀ କରିଛି ବିଜେପି । ଗତ କିଛିଦିନ ହେଲା କିଛି ସୋସିଆଲ ମିଡିଆ ଗ୍ରୁପ୍ରେ ବାଲେଶ୍ଵର ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କ ସହ ଜଣେ ମହିଳାଙ୍କ ଫଟୋ ଭାଇରାଲ ହେଉଥିଲା ।
ବିବାଦୀୟ ଫଟୋ ଭାଇରାଲ କରି ବିଜେଡି ବାଲେଶ୍ଵର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି । କାରଣ ଶାସକ ଦଳ ବିଜେଡି ନାମରେ ନାମିତ କିଛି ଫେସ୍ବୁକ୍ ଗ୍ରୁପରେ ଏହି ସବୁ ଫଟୋ ଭାଇରାଲ ହେଉଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଶାସକ ଦଳର କର୍ମୀମାନେ ଏଭଳି ଘୃଣ୍ୟ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି ।