ବାଲେଶ୍ବର: ପ୍ରତିବର୍ଷ ପରି ଏଥର ମଧ୍ୟ ଜିଲ୍ଲାରେ ବାଡ଼ି ଖେଳ ବେଶ ଜମିଥିବା ଦେଖିବାକୁ ମିଳିଛି । ବିପୁଳ ଜନ ସମାଗମ ମଧ୍ୟରେ ସହରର ବିଭିନ୍ନ ଆଖଡା ଦଳ ବାଡ଼ି ଖେଳ ମାଧ୍ୟମରେ ବୀରତ୍ବର ପରିପ୍ରକାଶ କରିଥିଲେ ।
ସମୁଦାୟ 25ଟି ଆଖଡା ଦଳ ସହରର ସିନେମା ଛକ ନିକଟରେ ବାଡ଼ି ଖେଳ ପ୍ରଦର୍ଶନ କରିଥିଲେ । ପୂର୍ବରୁ ଇଂରେଜ ମାନଙ୍କୁ ଦେଶରୁ ତଡିବା ପାଇଁ ଡ଼. ହରେକୃଷ୍ଣ ମହତାବ ଏହି ପ୍ରକାର ଅସ୍ତ୍ରର ବ୍ୟବହାର ଆରମ୍ଭ କରିଥିଲେ । ସହରର ବିଭିନ୍ନ ଦିଗରୁ ଆଖଡା ଦଳ ଶୋଭାଯାତ୍ରାରେ ଆସି ସିନେମା ଛକରେ ପହଞ୍ଚିଥିଲେ ।
ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର ବାଦ୍ୟର ତାଳେ ତାଳେ ବାଡ଼ି ଖେଳ ବେଶ ଚିତାକର୍ଷକ ହୋଇଥିଲା । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଓ ବୃଦ୍ଧ ମାନେ ବି ଏହି ବାଡ଼ି ଖେଳରେ ସାମିଲ ହୋଇଥିଲେ । ବିରାଷ୍ଟମୀରେ ଆଖଡା ଦଳ ମାକଲପୁରରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ବିଜୟା ଦଶମୀରେ ବାଡ଼ି ଖେଳିବା ପାଇଁ ପ୍ରସ୍ତୁତ ହୋଇଥାନ୍ତି । ଭଷାଣୀର ଠିକ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ବିଜୟା ଦଶମୀରେ ଜମେ ଜୋରଦାର ବାଡ଼ି ଖେଳର ଆସର ।
ଜିଲ୍ଲା ପ୍ରଶାସନ ପକ୍ଷରୁ ବାଡ଼ି ଖେଳ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜଣାପଡିଛି । ଏଥିପାଇଁ 25 ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ