ଓଡିଶା

odisha

ETV Bharat / city

ଜିଲ୍ଲାବାସୀଙ୍କୁ ସାମାଜିକ ସେବା ଯୋଗାଇବ ଅଟଳ ଯୁବଶକ୍ତି - Cyclone yass

ଜିଲ୍ଲାରେ ବିଭିନ୍ନ ଅସହାୟ ଲୋକଙ୍କୁ ସହାୟତା ଦେବ ଅଟଳ ଯୁବଶକ୍ତି ସଙ୍ଗଠନ । ମୃତଦେହ ସଂସ୍କାରରୁ ବଞ୍ଚିତ ହେବେନି କୌଣସି ପରିବାର । ଅଧିକ ପଢନ୍ତୁ...

ଜିଲ୍ଲାବାସୀଙ୍କୁ ସାମାଜିକ ସେବା କରିବାକୁ ଅଟଳ ଯୁବଶକ୍ତିର ପ୍ରୟାସ
ଜିଲ୍ଲାବାସୀଙ୍କୁ ସାମାଜିକ ସେବା କରିବାକୁ ଅଟଳ ଯୁବଶକ୍ତିର ପ୍ରୟାସ

By

Published : Sep 24, 2021, 10:21 PM IST

ବାଲେଶ୍ଵର: ଜିଲ୍ଲାରେ ବିଭିନ୍ନ ଅସହାୟଙ୍କୁ ମିଳିବ ସହାୟତା । ଜିଲ୍ଲାରେ କେହି ମୃତ୍ୟୁ ବରଣ କଲେ ତୁରନ୍ତ କରାଯିବ ସଂସ୍କାର । ଏନେଇ ଆଜି (ଶୁକ୍ରବାର) ଜିଲ୍ଲାର ଅଟଳ ଯୁବଶକ୍ତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଗତ ଦିନ ମାନଙ୍କରେ କରାଯାଇଥିବା ସେବାକାର୍ଯ୍ୟ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି ସଙ୍ଗଠନର ସଭାପତି ।

ଜିଲ୍ଲାବାସୀଙ୍କୁ ସାମାଜିକ ସେବା କରିବାକୁ ଅଟଳ ଯୁବଶକ୍ତିର ପ୍ରୟାସ

ସେ କହିଛନ୍ତି କି ୟସ ବାତ୍ୟା ସମୟରେ ସଙ୍ଗଠନ ପକ୍ଷରୁ ପୀଡିତ ଲୋକଙ୍କ ପାଖରେ ପହଞ୍ଚି ସହାୟତା ଯୋଗାଇ ଦିଆଯାଇଥିବା ବେଳେ ଏବେ କୋଭିଡ ଭୟରେ ଗାଁ ଗାଁରେ ମୃତଦେହ ସଂସ୍କାର ହୋଇପାରୁ ନଥିବାରୁ ଏନେଇ ଅଣ୍ଟା ଭିଡିଛି ସଙ୍ଗଠନ । ଏହା ସହିତ ଆଗାମୀ ଦିନରେ ବିଭିନ୍ନ ପ୍ରକାର ସାମାଜିକ ସେବା କାର୍ଯ୍ୟ ହାତକୁ ନିଆଯିବ ବୋଲି ସୂଚନା ଦିଆଯାଇଥିବା ବେଳେ ଏହାସହ ବାଲେଶ୍ଵର ଜିଲ୍ଲାର ପ୍ରତି ବ୍ଲକ ସ୍ତରରେ ସଙ୍ଗଠନ ପକ୍ଷରୁ କର୍ମକର୍ତ୍ତା ଚୟନ କରାଯାଇ ସାମାଜିକ କାର୍ଯ୍ୟକୁ ବ୍ୟାପକ କରାଯିବ ବେଲି ସୂଚନା ମିଳିଛି ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details