ଓଡିଶା

odisha

ETV Bharat / city

ସପରିବାର ସହ ଅନଶନରୁ ଓହରିଲେ ବାଲେଶ୍ବରର ଅଙ୍ଗନୱାଡି ଦିଦି - ଅଙ୍ଗନବାଡ଼ି କର୍ମୀ

ଦୀର୍ଘ ସମୟ ଅନଶନରେ ବସିବା ପରେ ସହଦେଵଖୁଣ୍ଟା ପୋଲିସର ଅନୁରୋଧ କ୍ରମେ ପରିବାର ଅନଶନ ଭଙ୍ଗ କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

By

Published : Oct 15, 2019, 10:49 PM IST

Updated : Oct 16, 2019, 4:29 AM IST

ବାଲେଶ୍ବର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରୁ ଓହରିଲେ ଚାକିରିରୁ ବହିଷ୍କୃତ ହୋଇଥିବା ଅଙ୍ଗନୱାଡି କର୍ମୀ। ତେବେ ସିମୁଳିଆ ଥାନା ଅନ୍ତର୍ଗତ ଗଣ୍ଡିବେଡ଼ ଜଳଙ୍ଗ ଗ୍ରାମରେ ପୂର୍ବରୁ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ମମତା ଜେନାଙ୍କ ବହିଷ୍କାରକୁ ନେଇ ନ୍ୟାୟ ଦାବି ପାଇଁ ସପରିବାର ସହ ଅନଶନରେ ବସିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ଦୀର୍ଘ ସମୟ ଅନଶନରେ ବସିବା ପରେ ସହଦେଵଖୁଣ୍ଟା ପୋଲିସର ଅନୁରୋଧ କ୍ରମେ ପରିବାର ଅନଶନ ଭଙ୍ଗ କରିଥିବା ଜଣାପଡ଼ିଛି । ଅନ୍ୟପଟେ ଏହି ମାମଲା ଏବେ କୋର୍ଟରେ ବିଚାରଧୀନ ଥିବା ସୂଚନା ମିଳିଛି ।

ମମତା 2010ରୁ ଅଙ୍ଗନୱାଡିରେ 9 ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ । କିନ୍ତୁ ହଠାତ୍ ଜୁନ 24 ତାରିଖ ଦିନ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇ ଜଣେ ସବର୍ଣ୍ଣ ମହିଳା ମଞ୍ଜୁଲତା ପାଣିଗ୍ରାହୀଙ୍କୁ ନିଯୁକ୍ତି କରାଯାଇଥିବା ଅଭିଯୋଗ କରିଛନ୍ତି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Oct 16, 2019, 4:29 AM IST

ABOUT THE AUTHOR

...view details