ବାଲେଶ୍ବର:ଜଣେ ଜଣାଶୁଣା ବାବାଙ୍କ ଭକ୍ତ କହି ମହିଳାଙ୍କ ପାଖରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟ। ଏମିତି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବଡବଜାର ଟାଉନ ହାଇସ୍କୁଲ ସାମ୍ନାରେ ।
ବାବାଙ୍କ ଭକ୍ତ କହି ଲକ୍ଷାଧିକ ଟଙ୍କାର ଗହଣା ଲୁଟ ଅଭିଯୋଗ - jewelery loot in balasore
ବାବାଙ୍କ ଭକ୍ତ କହି ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟ ଅଭିଯୋଗ । ବାଲେଶ୍ବର ଜିଲ୍ଲାରେ ଘଟିଛି ଘଟଣା । ଅଧିକ ପଢନ୍ତୁ
ବାବାଙ୍କ ଭକ୍ତ କହି ଲକ୍ଷାଧିକ ଟଙ୍କାର ଗହଣା ଲୁଟ ଅଭିଯୋଗ
ଲୁଟର ଶିକାର ହୋଇଥିବା ମହିଳାଙ୍କ ଅଭିଯୋଗ ଅନୁସାରେ, ବାଇକରେ ୪ଜଣ ଯୁବକ ବଡବଜାର ଟାଉନ ହାଇସ୍କୁଲ ସାମ୍ନାରେ ତାଙ୍କୁ ଜଣେ ଜଣାଶୁଣା ବାବାଙ୍କ ଭକ୍ତ ବୋଲି କହିବା ସହ ଏସବୁ ଗହଣା ପିନ୍ଧିଲେ ତାଙ୍କ ସନ୍ତାନର ମୃତ୍ଯୁ ହୋଇଯିବ ବୋଲି କହିଥିଲେ । ତେବେ ମହିଳା ଜଣଙ୍କ ଏଥିରେ ପ୍ରଭାବିତ ହୋଇ ଗହଣା ସବୁ ଖୋଲି ଦେଇଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ସବୁତକ ଗହଣା ଝାମ୍ପି ନେଇ ସେଠାରୁ ଚମ୍ପଟ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି ଉକ୍ତ ମହିଳା । ଏନେଇ ଜଳେଶ୍ବର ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ