ଓଡିଶା

odisha

ETV Bharat / city

ଆର୍ଟ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟକୁ ନେଇ ସାଂଘାତିକ ଅଭିଯୋଗ - ବାଲେଶ୍ବର ଆର୍ଟ ଓ ଚାରୁ କଳା କଲେଜ ଅଧ୍ୟକ୍ଷ

ବାଲେଶ୍ବର ଆର୍ଟ ଓ ଚାରୁ କଳା କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । କଲେଜକୁ ନିଜ ନାଁରେ କରିଥିବା ନେଇ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

allegations against  Baleswar Art and craft College principal
ଆର୍ଟ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟକୁ ନେଇ ସାଂଘାତିକ ଅଭିଯୋଗ

By

Published : Jun 30, 2021, 8:23 PM IST

ବାଲେଶ୍ବର:ଆର୍ଟ ଓ ଚାରୁ କଳା କଲେଜର ଅଧ୍ୟକ୍ଷକୁ ନେଇ ଉଠିଥିବା ବିବାଦ ଥମିବାର ନା ନେଉନାହିଁ । ବିବାଦ ଦିନକୁ ଦିନ ଅଧିକ ଘନୀଭୂତ ହେବାରେ ଲାଗିଛି । ଅଧ୍ୟକ୍ଷଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ଆର୍ଟ କଲେଜକୁ ନିଜ ନାଁରେ କରିଥିବା ଅଭିଯୋଗ କରିଛନ୍ତି ଚିତ୍ରଶିଳ୍ପୀ କେଶୁ ଦାସ ।

ଆର୍ଟ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟକୁ ନେଇ ସାଂଘାତିକ ଅଭିଯୋଗ

ଅଭିଯୋଗ ଅନୁସାରେ, ରେମୁଣା ତହସିଲ ଅଧିନ ଆଳୁପୁର ମୌଜା ଖାତା ନଂ 58/324 ବାଲେଶ୍ଵର ଆର୍ଟ ଏଣ୍ଡ କ୍ରାଫ୍ଟ କଲେଜ ମାର୍ଫତ ନିକୁଞ୍ଜ ବିହାରୀ ଦାସ ନିଜ ବ୍ୟକ୍ତିଗତ ନାମରେ କରିଛନ୍ତି । ସେପଟେ 58/265 ଖାତା ନଂ ସମ୍ପାଦକ ଚାରୁ ଓ କାରୁକଳା କଲେଜ ନାଁରେ ରହିଛି । ଯାହାକୁ ନେଇ ସିଧାସଳଖ ଅଧ୍ୟକ୍ଷଙ୍କ ଉପରକୁ ଆଙ୍ଗୁଳି ଉଠାଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ତେବେ ଏହି ସବୁ ଘଟଣାରେ ଉପଯୁକ୍ତ ତଦନ୍ତର ଆଵଶ୍ୟକତା ରହିଥିବା କୁହାଯାଇଛି ।

ଆର୍ଟ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟକୁ ନେଇ ସାଂଘାତିକ ଅଭିଯୋଗ

ତେବେ ଏଠାରେ ପ୍ରଶ୍ନ ଉଠୁଛି ଗୋଟିଏ କଲେଜର କି ଭଳି ଭାବେ ଦୁଇଟି ପଟ୍ଟା ପ୍ରଦାନ କରାଯାଇଛି । ପୂର୍ବରୁ ଗୋଟିଏ ପଟ୍ଟା ଥିବାବେଳେ ପୁଣି ଏକ ପଟ୍ଟା ପ୍ରଦାନ କରାଯାଇଛି ଯାହାକୁ ନେଇ ପ୍ରଶ୍ନ ଉଠିଛି । ଏଥିରେ ରାଜସ୍ବ ବିଭାଗ ଉପଯୁକ୍ତ ତଦନ୍ତ କଲେ ପ୍ରକୃତ ଘଟଣା ସାମନାକୁ ଆସିବ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details