ଓଡିଶା

odisha

ETV Bharat / city

ସଡ଼କ ଦୁର୍ଘଟଣାରେ ବରିଷ୍ଠ ଆଇନଜୀବୀ ପଞ୍ଚାନନ ପରିଡାଙ୍କ ପରଲୋକ - ସଡ଼କ ଦୁର୍ଘଟଣାରେ ବରିଷ୍ଠ ଆଇନଜୀବୀଙ୍କ ପରଲୋକ

ସଡ଼କ ଦୁର୍ଘଟଣାରେ ବାଲେଶ୍ଵରର ଜଣାଶୁଣା ବରିଷ୍ଠ ଆଇନଜୀବୀ ପଞ୍ଚାନନ ପରିଡାଙ୍କ ପରଲୋକ । ଅଧିକ ପଢନ୍ତୁ

ସଡ଼କ ଦୁର୍ଘଟଣାରେ ବରିଷ୍ଠ ଆଇନଜୀବୀ ପଞ୍ଚାନନ ପରିଡାଙ୍କ ପରଲୋକ
ସଡ଼କ ଦୁର୍ଘଟଣାରେ ବରିଷ୍ଠ ଆଇନଜୀବୀ ପଞ୍ଚାନନ ପରିଡାଙ୍କ ପରଲୋକ

By

Published : May 2, 2022, 12:18 PM IST

Updated : May 2, 2022, 2:26 PM IST

ବାଲେଶ୍ଵର: ସଡ଼କ ଦୁର୍ଘଟଣାରେ ଜଣାଶୁଣା ବରିଷ୍ଠ ଆଇନଜୀବୀ ପଞ୍ଚାନନ ପରିଡାଙ୍କ ପରଲୋକ । ଆଜି ଭୋର ସମୟରେ ପଞ୍ଚାନନ ପରିଡା ଭ୍ରମଣରେ ଯାଇଥିବା ବେଳେ ସମଲପୁର ଛକ ନିକଟରେ ଏକ ଗାଡି ତାଙ୍କୁ ଧକ୍କା ଦେଇଥିଲା । ଏହାପରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । କିଛି ସମୟପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସଡ଼କ ଦୁର୍ଘଟଣାରେ ବରିଷ୍ଠ ଆଇନଜୀବୀ ପଞ୍ଚାନନ ପରିଡାଙ୍କ ପରଲୋକ

ପଞ୍ଚାନନ ପରିଡ଼ା ଅନେକ ସଙ୍ଗଠନ ସହ ଯୋଡି ହୋଇ ସାମାଜିକ ନ୍ୟାୟ ଦିଗରେ ଲଢେଇ ଜାରି ରଖିଥିଲେ । 1969 ମସିହାରୁ ସେ ବାଲେଶ୍ଵରରେ ଅବହେଳିତ ନିଷ୍ପେସିତ ଲୋକଙ୍କ ନ୍ୟାୟ ପାଇଁ ଲଢେଇ ଆରମ୍ଭ କରିଥିଲେ । ଏହାସହ କ୍ରାନ୍ତି ବାର୍ତ୍ତା ନାମକ ଏକ ପତ୍ରିକାର ସେ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଉଥିଲେ । ତାଙ୍କର ଅକାଳ ବିୟୋଗରେ ସମଗ୍ର ବାଲେଶ୍ଵରରେ ଶୋକର ଛାୟା ଖେଳିଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 2, 2022, 2:26 PM IST

ABOUT THE AUTHOR

...view details