ବାଲେଶ୍ବର: ବହୁ ଚର୍ଚ୍ଚିତ ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ବଢିବାରେ ଲାଗିଛି ସସପେନ୍ସ । ଏହି ଘଟଣା ଏବେ ଏକ ନୂଆ ମୋଡ ନେବାରେ ଲାଗିଛି । ଏପରିସ୍ଥିତିରେ ସାମ୍ନାକୁ ଆସି ମୁହଁ ଖୋଲିଛନ୍ତି ଆଦିତ୍ୟଙ୍କ ପ୍ରେମିକା ଚିନ୍ମୟୀ ମହାପାତ୍ର ।
ଆଦିତ୍ୟଙ୍କ ସହ ତାଙ୍କର ଉଭୟ ପାକ୍ଷିକ ଭଲ ପାଇବା ଥିଲା ବୋଲି ସ୍ପଷ୍ଟ କରିଛନ୍ତି ଚିନ୍ମୟୀ । ହେଲେ ତାଙ୍କୁ ସାଇକୋ ଲେଡିର ଆକ୍ଷା ଦେଇଥିବା ବିସ୍ମିତ ଦାସ, ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଏବଂ ଆଦିତ୍ୟଙ୍କ ବାପା ଓ ମା'ଙ୍କ ବିରୋଧରେ ଚିନ୍ମୟୀ ଖଇରା ଥାନାରେ ଅଭିଯୋଗ କରିଛନ୍ତି ।