ଓଡିଶା

odisha

By

Published : Jul 5, 2021, 4:42 PM IST

ETV Bharat / city

ଗ୍ରାହକ ସାଜି ଲୁଟିଲେ 3ଲକ୍ଷ ଟଙ୍କାର ଗହଣା, ପୋଲିସର ଛାନଭିନ୍ ଜାରି

ଗହଣା କିଣିବାକୁ ଗ୍ରାହକ ସାଜି ଦୋକାନରୁ ଲୁଟିଲେ 3ଲକ୍ଷ ଟଙ୍କା । ଘଟଣାସ୍ଥଳରେ ଲୁଟେରାକୁ କାବୁ କରି ପୋଲିସରେ ଜିମାଦେଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ଗ୍ରାହକ ସାଜି ଲୁଟିଲେ 3ଲକ୍ଷ ଟଙ୍କାର ଗହଣା, ପୋଲିସର ଛାନଭିନ୍ ଜାରି
ଗ୍ରାହକ ସାଜି ଲୁଟିଲେ 3ଲକ୍ଷ ଟଙ୍କାର ଗହଣା, ପୋଲିସର ଛାନଭିନ୍ ଜାରି

ବାଲେଶ୍ଵର: ଗ୍ରାହକ ସାଜି ଲୁଟି ନେଲେ 3ଲକ୍ଷ ଟଙ୍କାର ଗହଣା । ବାଲେଶ୍ବର ଜିଲ୍ଲା ସୋର ବ୍ଲକ ସିନେମା ହଲ ନିକଟସ୍ଥ ଏକ ଗହଣା ଦୋକାନରୁ ଗ୍ରାହକ ସାଜି 3 ଲକ୍ଷ ଟଙ୍କାର ଗହଣା ଲୁଟି ନେଇଥିବା ନେଇ ସୂଚନା ମିଳିଛି । ସୂଚନାନୁସାରେ ସୋର ଅଞ୍ଚଳର ମା ମଙ୍ଗଳା ଜୁଏଲାରୀରୁ 2 ଜଣ ଦୁର୍ବୃତ୍ତ ଅଳଙ୍କାର କିଣିବାକୁ ଆସି ଗହଣା ଦୋକାନୀଙ୍କୁ ଗହଣା ଦେଖାଇବାକୁ କହିଥିଲେ ।

ଗ୍ରାହକ ସାଜି ଲୁଟିଲେ 3ଲକ୍ଷ ଟଙ୍କାର ଗହଣା, ପୋଲିସର ଛାନଭିନ୍ ଜାରି

ଏହି ଘଟଣାରେ ଜଣେ ଲୁଟେରାକୁ ସ୍ଥାନୀୟ ଲୋକେ କାବୁ କରି ପୋଲିସକୁ ଜିମା ଦେଇଛନ୍ତି । ସୂଚନା ମୁତାବକ ଦୋକାନୀ ଜଣକ ଗହଣା ଦେଖାଉଥିବାବେଳେ ଅନ୍ୟ ଭେରାଇଟିର କିଛି ଗହଣା ଦେଖାଇବାକୁ କହିଥିଲେ ଏହି ଦୁର୍ବୃତ୍ତ ।

ଦୋକାନୀ ଜଣକ ଦୋକାନ ଭିତରୁ ଗହଣା ବାହାର କରୁଥିବାବେଳେ ଲୁଟେରା ଦୁଇଜଣ 3 ଲକ୍ଷ ଟଙ୍କାର ଗହଣା ନେଇ ଚମ୍ପଟ ମାରୁଥିବାବେଳେ ସ୍ଥାନୀୟ ଲୋକେ ଜଣକୁ ଅଟକ ରଖି ପୋଲିସରେ ଜିମା ଦେଇଛନ୍ତି । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିି ଛାନଭିନ୍ ଜାରି ରଖିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details