ବାଲେଶ୍ବର: ପ୍ରଥମ କରୋନା ପଜିଟିଭ 18 ତାରିଖ ଚିହ୍ନଟ ହେବାପରେ ସହରର ନେଳିଆବଗ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା । ଏହି ଘଟଣାର ଦିନକ ପରେ ପୁଣି ଜିଲ୍ଲାରେ ଦୁଇ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ନୀଳଗିରି ଅଞ୍ଚଳରେ ଜଣେ ଅଢେଇ ବର୍ଷର ଶିଶୁକନ୍ୟା କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।
ନୀଳଗିରିରେ ଅଢେଇ ବର୍ଷର ଶିଶୁ କନ୍ୟା କରୋନାରେ ଆକ୍ରାନ୍ତ ଧରମପୁର ପଞ୍ଚାୟତ ବାଉଁସପାଳ ହମଲେଟ ଭିଲେଜ ରିଗିଡି ଗାଁରେ ଜଣେ 2 ବର୍ଷର ଶିଶୁ କନ୍ୟା କୋରୋନାରେ ଆକ୍ରାନ୍ତ ହୋଇଛି । ଏହି ଆକ୍ରାନ୍ତ ଶିଶୁକନ୍ୟାର ମୋଟ ୬ ଜଣ ପରିବାରର ମୋଟ 6 ଜଣ ସଦସ୍ୟ ଅଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ଉପଜିଲ୍ଲାପାଳ, ତହସିଲଦାର ଓ ଧରମପୁର ଆଇଆଇସି, ବିଡ଼ିଓ, ସ୍ବାସ୍ଥ୍ୟକର୍ମୀ ପହଞ୍ଚି ଗାଁକୁ ସିଲ କରିଛନ୍ତି ।
ଚିହ୍ନଟ ପରିବାର ୬ ମାସ ଧରି ବହାରକୁ ଯାଇନଥିବା ବେଳେ ଦେହ ଖରାପ ହେବାରୁ ଝିଅଟିର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ରିପୋର୍ଟ ଆସିବା ପରେ ନମୁନା ପଜିଟିଭ ଚିହ୍ନଟ ହୋଇଛି । ଅନ୍ୟପକ୍ଷେ ଗାଁରେ ୬ ଜଣ ଯୁବକ ହାଇଦ୍ରାବାଦରୁ ଆସିଥିବା ମଧ୍ୟ ଜଣାଯାଇଛି । ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗ୍ରାମର 3ଟି ୱାର୍ଡ ସିଲ କରାଯାଇଥିବା ବେଳେ ସେସବୁ ଜାଗା ସାନିଟାଇଜ ହେବା ସହ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଲୋକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି । ସେହିପରି ବାଲେଶ୍ଵର ରେଲୱେ କଲୋନୀରେ 32 ବର୍ଷୀୟ ଜଣେ ଯୁବକ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ବାହାର ରାଜ୍ୟରୁ ଆସିବା ପରେ ତାଙ୍କର ପଜିଟିଭ ବାହାରିଥିଲା । ଏବେ ସେ ଘରେ କ୍ବାରେଣ୍ଟାଇନରେ ଥିବା ଜଣାପଡ଼ିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ