ବାଲେଶ୍ଵର: ସହରର କେନ୍ଦ୍ରୀୟ ବିଦ୍ୟାଳୟ ଛକ ନିକଟରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସର ଦୋକାନ ଗୃହ ଭୁଶୁଡି ପଡିଛି। ଏହାକୁ ନେଇ ଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବାଲେଶ୍ୱର ପୌରପାଳିକା ଅଧୀନରେ ଥିବା ଏହି ଦୋକାନ ଘର ଗୁଡିକ ଦୀର୍ଘଦିନ ଧରି ମରାମତି କରାଯାଇ ନଥିବାରୁ ଆଜି ଏମିତି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି।
ମରାମତି ଅଭାବରୁ ହଠାତ ଭୁଶୁଡି ପଡିଲା ଦୋକାନ ଗୃହ - ଭୁଶୁଡି ପଡିଲା ଦୋକାନ ଗୃହ
ବାଲେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ ଛକ ନିକଟରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସର ଦୋକାନ ଗୃହ ଭୁଶୁଡି ପଡିଛି । ବାଲେଶ୍ୱର ପୌରପାଳିକା ଅଧୀନରେ ଥିବା ଦୋକାନଗୁଡିକ ମରାମତି ଭୁଶୁଡି ପଡିଛି । ଅଧିକ ପଢନ୍ତୁ...

ମରାମତି ଅଭାବରୁ ହଠାତ ଭୁଶୁଡି ପଡିଲା ଦୋକାନ ଗୃହ
ମରାମତି ଅଭାବରୁ ହଠାତ ଭୁଶୁଡି ପଡିଲା ଦୋକାନ ଗୃହ
2005 ମସିହାରେ ଦୋକାନ ଘର ଗୁଡିକର କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ନେଇ ଦୋକାନୀମାନେ ଅଭିଯୋଗ କରିଥିଲେ। ପରେ ଦୋକାନୀମାନେ କାନ୍ଥରେ ସିମେଣ୍ଟ ଦେଇ ନିଜେ ମରାମତି କରିଥିଲେ। ଶନିବାର ଓ ରବିବାର ବାଲେଶ୍ଵର ସଟଡାଉନ ଥିବା ବେଳେ ଆଜି ଦୋକାନୀମାନେ ଦୋକାନ ଖୋଲିଲା ବେଳକୁ ପଛପଟ କାନ୍ଥ ଭୁଶୁଡି ପଡିଥିଲା । କମ୍ପ୍ଲେକ୍ସର 10 ଟି ଦୋକାନ ଗୃହ ଏମିତି ଭୁଶୁଡି ପଡିଥିବା ଜଣାପଡିଛି। ଦୋକାନୀଙ୍କ ଏମିତି ପରିସ୍ଥିତିକୁ ଜିଲ୍ଲା ପ୍ରଶାସନ ଗୁରୁତର ସହ ନେବାକୁ ଦାବି ହୋଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ
Last Updated : Aug 24, 2020, 3:00 PM IST