ଓଡିଶା

odisha

ETV Bharat / city

ସଦର ଉପନିର୍ବାଚନ ଜିତିବ ସ୍ନେହବଳ ! - 80-year-old independent candidate

ସମସ୍ତଙ୍କର ଆକର୍ଷଣ ପାଲଟିଛନ୍ତି 80 ବର୍ଷୀୟ ସ୍ବାଧିନ ପାର୍ଥୀ ବେଣୁଧର । କହିଲେ ଅର୍ଥ ନାହିଁ ସ୍ନେହ ବଳରେ ଜିତିବି ନିର୍ବାଚନ । ପଢନ୍ତୁ ଅଧିକ.....

ଆକାର୍ଷଣ ପାଲଟିଛନ୍ତି  80 ବର୍ଷୀୟ ସ୍ବାଧିନ ପାର୍ଥୀ ବେଣୁଧର
ଆକାର୍ଷଣ ପାଲଟିଛନ୍ତି 80 ବର୍ଷୀୟ ସ୍ବାଧିନ ପାର୍ଥୀ ବେଣୁଧର

By

Published : Oct 28, 2020, 4:10 PM IST

ବାଲେଶ୍ଵର: ସଦର ଉପନିର୍ବାଚନର ନିର୍ବାଚିନୀ ତାତି ଜୋର ଧରିଥିବା ବେଳେ ଏବେ ସବୁ ଦଳ ପାଇଁ ହେଭିଓ୍ବେଟ ମାନେ ନିର୍ବାଚନୀ ମୈଦାନକୁ ଉହ୍ଲାଇଛନ୍ତି । ଏହାରି ଭିତରେ ସମସ୍ତଙ୍କର ଆକାର୍ଷଣ ପାଲଟିଛନ୍ତି 80 ବର୍ଷୀୟ ସ୍ବାଧିନ ପାର୍ଥୀ ବେଣୁଧର ବାରିକ । ବୃତିଗତ ଭାବେ ବାରିକ କାମ କରି ଲୋକଙ୍କୁ କ୍ଷୌର କରି ପରିବାର ପ୍ରତିପୋଷଣ କରୁଥୁବା ବେଣୁଧରଙ୍କ ପାଖରେ ପ୍ରଚାର କରିବାକୁ ଅର୍ଥର ଘୋର ଅଭାବ

ଆକାର୍ଷଣ ପାଲଟିଛନ୍ତି 80 ବର୍ଷୀୟ ସ୍ବାଧିନ ପାର୍ଥୀ ବେଣୁଧର

ତାଙ୍କର ଏହି ଅସହାୟତାକୁ ଦେଖି ଅନେକ ଲୋକ ସହାୟତାର ହାତ ବଢ଼ାଇଛନ୍ତି। କେବଳ ସାଧାରଣ ଜନତା ନୁହନ୍ତି ଯାତ୍ରା ଜଗତର କଳାକାର ମାନେ ମଧ୍ୟ ନିଜ ଆଗ୍ରହରେ ଆସି ବେଣୁଧରଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ପ୍ରଥମେ ଯାତ୍ରା ଜଗତର ଆଇଟମ ଗାର୍ଲ ରାଣୀ ପଣ୍ଡା ଓ ପରେ ଆଲବମ କୁଇନ ରାଣୀ ପ୍ରିୟଦର୍ଶିନୀ,ଯାତ୍ରା ଖଳନାୟକ ଦାମ ପଣ୍ଡା ପ୍ରମୁଖ ତାଙ୍କ ପାଇଁ ପ୍ରଚାର କରିଥିଲେ। ଆଜି ଭୁବନେଶ୍ବର ଏକ କମ୍ପାନୀର ମାଲିକ ଓ ତାଙ୍କର କିଛି ସହଯୋଗୀ ବେଣୁଧରଙ୍କୁ ସହାୟତା କରିଛନ୍ତି। ଏକ ଖୋଲା ଜିପରେ ବେଣୁଧରଙ୍କ ପାଇଁ ସହରର ବିଭିନ୍ନ ସ୍ଥାନ ବୁଲି ପ୍ରଚାର କରିଛନ୍ତି।

ଜଣେ ନୀତିବନ୍ତ ଓ ସରଳ ମଣିଷକୁ ଭୋଟ ଦେଇ ବିଜୟୀ କରିବା ପାଇଁ ଆହ୍ମାନ ଦିଆଯାଇଛି। ବାଲେଶ୍ବରରେ ଦୁର୍ନୀତି ହଟାଇ ସ୍ଵଚ୍ଛ ଶାସନ ପାଇଁ ବେଣୁଧରଙ୍କୁ ଜୟଯୁକ୍ତ କରାଇବା ପାଇଁ ଲୋକଙ୍କୁ ନିବେଦନ କରାଯାଇଛି। ତେବେ ବାଲେଶ୍ବରରେ ଥିବା ଗରିବ ଲୋକଙ୍କ ବିକାଶ ତାଙ୍କ ପ୍ରାଥମିକତା ହେବ ବୋଲି ବେଣୁ କହିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ , ଇଟିଭି ଭାରତ

ABOUT THE AUTHOR

...view details