ବାଲେଶ୍ବର: ମହାମାରୀ କୋରନା ସଂକ୍ରମଣ ରୋକିବାକୁ ଜାରି ରହିଛି ଲକଡାଉନ । ତେବେ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସ୍ବତନ୍ତ୍ର ଟ୍ରନ ଓ ବସ ଯୋଗେଁ ଓଡିଶାକୁ ଫେରାଇ ଅଣାଯାଉଛି । ବିଭିନ୍ନ ରାଜ୍ୟରୁ ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ପ୍ରବାସୀ ଶ୍ରମିକମାନେ ବାଲେଶ୍ବରରେ ପହଞ୍ଚିଛନ୍ତି ।
ଗତ 4 ଦିନରେ ବାଲେଶ୍ଵରେ ପହଞ୍ଚିଲେଣି 5990 ପ୍ରବାସୀ ଶ୍ରମିକ - Balasore migrant workers
ବିଭିନ୍ନ ରାଜ୍ୟରୁ ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ପ୍ରବାସୀ ଶ୍ରମିକମାନେ ବାଲେଶ୍ବରରେ ପହଞ୍ଚିଛନ୍ତି । 13 ତାରିଖଠାରୁ 16 ତାରିଖ ମଧ୍ୟରେ ବାଲେଶ୍ଵର ଆସିଛନ୍ତି 5990 ପ୍ରବାସୀ ଶ୍ରମିକ । ଅଧିକ ପଢନ୍ତୁ...
ଗତ 13 ତାରିଖଠାରୁ 16 ତାରିଖ ମଧ୍ୟରେ ବାଲେଶ୍ଵର ଆସିଛନ୍ତି 5990 ପ୍ରବାସୀ ଶ୍ରମିକ । ପ୍ରବାସୀ ଶ୍ରମିକଙ୍କ ପାଇଁ ବାଲେଶ୍ଵର ଷ୍ଟେସନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । 13 ତାରିଖ ଦିନ ଦୁଇଟି ଟ୍ରେନ, 14 ତାରିଖରେ ଦୁଇଟି, 15 ତାରିଖରେ 4ଟି ଓ 16 ତାରିଖରେ ଗୋଟିଏ ଟ୍ରେନରେ ପ୍ରବାସୀମାନେ ବାଲେଶ୍ବରରେ ପହଞ୍ଚିଛନ୍ତି । ଥାନଗଡ଼, ଥାନେ, ମୁର୍ବୀ, ସୁରଟ, ତିରିପୁର, ଗୁଣ୍ଟୁର, ବିବିନଗର ଆଦି ସ୍ଥାନରୁ ବାଲେଶ୍ଵର ଜିଲ୍ଲାର 5990 ଜଣ ପ୍ରବାସୀ ଆସିଛନ୍ତି। ସେହିପରି ବାଲେଶ୍ଵର ଷ୍ଟେସନରେ ଅନ୍ୟ ଜିଲ୍ଲାର 2716 ଜଣ ପ୍ରବାସୀ ଓହ୍ଲାଇଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ