ଓଡିଶା

odisha

ETV Bharat / city

ଥଇଥାନ ଦାବିରେ ଅନଶନରେ ବସିଲେ ୨୫ ପରିବାର - ବାଲେଶ୍ବରରେ ଉଚ୍ଛେଦ

ସ୍ଥାୟୀ ଜାଗା ପାଇଁ ଦାବି କରି ବସ୍ତି ଅଞ୍ଚଳର ୨୫ ପରିବାର ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଧାରଣା । ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ଘୋଷଣା କରାଯାଉଛି ହେଲେ ଥଇଥାନ ପାଇଁ ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ...

ଥଇଥାନ ଦାବିରେ ଅନଶନରେ ବସିଲେ ୨୫ ପରିବାର
ଥଇଥାନ ଦାବିରେ ଅନଶନରେ ବସିଲେ ୨୫ ପରିବାର

By

Published : Mar 1, 2021, 8:19 PM IST

ବାଲେଶ୍ବର:ସ୍ଥାୟୀ ଜାଗା ପାଇଁ ଦାବି କରି ବସ୍ତି ଅଞ୍ଚଳର ୨୫ ପରିବାର ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଧାରଣା। ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ଘୋଷଣା କରାଯାଉଛି ହେଲେ ଥଇଥାନ ପାଇଁ ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ୫ ଦଫା ଦାବି ନେଇ ଧାରଣା ଦେଇଛନ୍ତି ବସ୍ତି ବାସିନ୍ଦା ।

ବାଲେଶ୍ବର ନବଜାଗରଣ ବସ୍ତି ବାସିନ୍ଦା ସମ୍ମିଳନୀ ସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଛି। ଅଙ୍ଗାରଗଡ଼ିଆ, ଆଇଟିଆଇ ପାଣି ପମ୍ପ ହାଉସ୍ ନିକଟ ବସ୍ତିର ୨୫ ପରିବାର ଦାବି ପୂରଣ ପାଇଁ ଧାରଣାରେ ବସିଛନ୍ତି। ଏହାକୁ ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।

ଥଇଥାନ ଦାବିରେ ଅନଶନରେ ବସିଲେ ୨୫ ପରିବାର

ଉଚ୍ଛେଦ କରାଯାଇଥିବା ଆଇଟିଆଇସ୍ଥିତ ଉଠାଦୋକାନୀଙ୍କୁ ଥଇଥାନ, ଏଲଇ କେସ୍ ତଥା ସରକାରୀ ନିୟମ ଅନୁସାରେ ସମସ୍ତଙ୍କୁ ୪ ଡେସିମିଲ ଜମିର ସ୍ଥାୟୀ ପଟ୍ଟା, ସମସ୍ତ ବସ୍ତିବାସିନ୍ଦାଙ୍କୁ ଘର, ଉଠାଦୋକାନୀଙ୍କୁ କ୍ଷତି ପୂରଣ ପ୍ରଦାନ ଆଦି ଦାବି ଉପସ୍ଥାପନ କରିଛି ବାଲେଶ୍ବର ନବଜାଗରଣ ବସ୍ତି ବାସିନ୍ଦା ସମ୍ମିଳନୀ ସଂଘ। ଦାବି ପୂରଣ ନହେଲା ଯାଏଁ ଧାରଣା ଜାରି ରହିବ ବୋଲି ସଂଘ କହିଛି। ଏହାସହ ଯଥାଶୀଘ୍ର ପ୍ରଶାସନ ଏନେଇ ପଦକ୍ଷେପ ନନେଲେ ତୀବ୍ର ଆନ୍ଦୋଳନ କରିବାକୁ ଧମକ ଦିଆଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details