ଓଡିଶା

odisha

ETV Bharat / city

ବାଲେଶ୍ବରରୁ ପଶ୍ଚିମବଙ୍ଗ ମାର୍କା ମଦ ଜବତ, ଦୁଇ ଗିରଫ - excises department raid in balasore

ବାଲେଶ୍ବରରେ ଅବକାରୀ ମୋବାଇଲ ୟୁନିଟର ଚଢାଉ । ସେରଗଡ ଟୋଲଗେଟରେ ଚଢାଉ କରିଥିଲା ବିଭାଗ । ଅଧିକ ପଢନ୍ତୁ...

ବାଲେଶ୍ବରରୁ ପଶ୍ଚିମବଙ୍ଗ ମାର୍କା ମଦ ଜବତ, ଦୁଇ ଗିରଫ
ବାଲେଶ୍ବରରୁ ପଶ୍ଚିମବଙ୍ଗ ମାର୍କା ମଦ ଜବତ, ଦୁଇ ଗିରଫ

By

Published : Jun 30, 2020, 2:44 PM IST

ବାଲେଶ୍ଵର: ସହରରେ ଅବକାରୀ ମୋବାଇଲ ୟୁନିଟ ପକ୍ଷରୁ ଚଢାଉ । ପଶ୍ଚିମବଙ୍ଗରୁ ମଦ ନେଇ ସୋର ଯାଉଥିବାବେଳେ ସେରଗଡ ଟୋଲଗେଟ ନିକଟରେ ଚଢାଉ କରିଥିଲା ବିଭାଗ । ଏହି ସମୟରେ ସେମାନଙ୍କ ଠାରୁ ବିପୁଳ ପରିମାଣ ବିଦେଶୀ ମଦ ଜବତ ହେବା ସହ 2 ଜଣକୁ ଗିରଫ କରାଯାଇଛି।

ପଶ୍ଚିମବଙ୍ଗ ମାର୍କା ମଦ ଜବତ, ଦୁଇ ଗିରଫ

ଚଢାଉ ବେଳେ 55ଟି ବଡ ବୋତଲ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ 45 ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏହାସହ ମଦ କାରବାରରେ ବ୍ୟବହୃତ ଏକ ସ୍କୁଟି ମଧ୍ୟ ଜବତ ହୋଇଛି । ଗିରଫ ଦୁଇଜଣ ସୋର ଥାନା ଅଧୀନ ଛତ୍ରପୁର ଅଞ୍ଚଳର ହରେକୃଷ୍ଣ ବେହେରା ଓ ସୁବାଷ ଖୁଣ୍ଟିଆ। ଚଢାଉରେ ଅବକାରୀ ମୋବାଇଲ ୟୁନିଟର ଏକ ୬ ଜଣିଆ ଟିମ ଚଢାଉ କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details