ଓଡିଶା

odisha

ETV Bharat / city

ବାଲେଶ୍ବରରୁ 1250 ବୋତଲ ବ୍ୟାନ ଜିଞ୍ଜର ଓ ଭ୍ୟାନ ଜବତ - baleswar

ବାଲେଶ୍ୱର ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ୟୁନିଟ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଜିଞ୍ଜର ଜବତ କରିବା ସହ ଅଭିଯୁକ୍ତ ଓ ଏକ ପିକଅପ ଭ୍ୟାନ ଜବତ କରିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Jul 16, 2019, 2:53 PM IST

ବାଲେଶ୍ୱର: ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ୟୁନିଟ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଜିଞ୍ଜର ଜବତ କରିବା ସହ ଅଭିଯୁକ୍ତ ଓ ଏକ ପିକଅପ ଭ୍ୟାନ ଜବତ କରିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର


ନୂଆ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭୋତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଆଜି(ମଙ୍ଗଳବାର) ବାମପଦା ଛକଠାରେ ମୋବାଇଲ ୟୁନିଟ ପକ୍ଷରୁ ଯାଞ୍ଚ ଚାଲିଥିଲା। ଏହି ସମୟରେ ଏକ ପିକଅପ ଭ୍ୟାନ ଉପରେ ସନ୍ଦେହ ସୃଷ୍ଟି ହେବାରୁ ଗାଡି ଯାଞ୍ଚ କରିବା ପରେ ସେଥିରୁ ବିପୁଳ ପରିମାଣର ଜିଞ୍ଜର ଦେଖିବାକୁ ମିଳିଥିଲା। ଏକ ପିକଅପ ଭ୍ୟାନରେ ଜଳେଶ୍ବର ଅଞ୍ଚଳରୁ ଭଦ୍ରକ ଅଭିମୁଖେ 1250 ବୋତଲ/ 563 ଲିଟର ଜିଞ୍ଜର ବୋଝେଇ କରି ନିଆଯାଉଥିଲା।

ଗାଡି ମାଲିକ ଜଳେଶ୍ବର ଅଞ୍ଚଳର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ଗିରଫ କରିବା ସହ ଭ୍ୟାନ ମଧ୍ୟ ଜବତ କରାଯାଇଛି। ଜବତ ହୋଇଥିବା ଜିଞ୍ଜର ବୋତଲ ଗୁଡିକ ଓଡିଶାରେ ବ୍ୟାନ ହୋଇଥିବା ମୋବାଇଲ ୟୁନିଟ ଇନ୍ସପେକ୍ଟର ଉଦେଲାଲ ନାୟକ କହିଛନ୍ତି। ସେପଟେ କଲିକତାରୁ ଏହିସବୁ ବୋତଲ ଅଣାଯାଇ ଓଡ଼ିଶାରେ ବେପାର କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ଏହି ବେପାର ପଛରେ କେଉଁମାନେ ରହିଛନ୍ତି ତାହା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇ ସୃଷ୍ଟି ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details