ସାନ ଫ୍ରାନ୍ସିସ୍କୋ: ଆର୍ଥିକ ସଙ୍କଟ ମଧ୍ୟରେ ଛଟେଇ ଅଭିଯାନରେ ସାମିଲ ହେଲା ଆଉ ଏକ ଘରୋଇ କମ୍ପାନୀ ୟାହୁ । ୟାହୁ ଏହାର 1,600 କର୍ମଚାରୀଙ୍କ ଛଟେଇ କରିବାକୁ ଯୋଜନା କରୁଥିବା ଜଣାପଡିଛି । ଖବର ଅନୁସାରେ କମ୍ପାନୀ ଦୁଇ ପର୍ଯ୍ୟାୟରେ କର୍ମଚାରୀଙ୍କ ଛଟେଇ କରିବ । ଯୋଜନା ମୁତାବକ ଆଜି(ଫେବ୍ରୁଆରୀ 10)ରେ କମ୍ପାନୀ 12 ପ୍ରତିଶତ କର୍ମଚାରୀ ଅର୍ଥାତ୍ ପ୍ରାୟ 1000 କର୍ମଚାରୀଙ୍କ ଛଟେଇ କରିବ । ଏହାପରେ କମ୍ପାନୀ ଆସନ୍ତା 6 ମାସ ମଧ୍ୟରେ ଆଉ 8 ପ୍ରତିଶତ(600) କର୍ମଚାରୀଙ୍କୁ ଛଟେଇ କରିବ ।
ଛଟେଇର କାରଣ ଦର୍ଶାଇ କମ୍ପାନୀ କହିଛି ଯେ, ସଂସ୍ଥାନର ବିଜ୍ଞାପନ ବୈଷୟିକ ବ୍ୟବସାୟର ଅଧା ଅଂଶ ଛଟେଇ ଦ୍ୱାରା ପ୍ରଭାବିତ ହେବ । ଆକ୍ସିଓସଙ୍କ ସହ ଏକ ବାର୍ତ୍ତାଳାପରେ ୟାହୁର ସିଇଓ ଜିମ ଲାନଜନ୍ କହିଛନ୍ତି, ଏହି ପରିବର୍ତ୍ତନ ୟାହୁର ସାମଗ୍ରିକ ଲାଭ ପାଇଁ କରାଯାଇଛି । ଏହି ଛଟେଇ କମ୍ପାନୀକୁ ଲାଭଜନକ ବ୍ୟବସାୟରେ ଅଧିକ ବିନିଯୋଗ କରିବାରେ ସାହାଯ୍ୟ କରିବ ।
ଏହା ମଧ୍ୟ ପଢନ୍ତୁ:- ଛଟେଇ କରିବ Disney, ଚାକିରି ହରାଇବେ 7000 କର୍ମଚାରୀ
ଲାନଜନ୍ କହିଛନ୍ତି ଯେ, ବିଜ୍ଞାପନ ଟେକ୍ ୟୁନିଟ୍ର ବର୍ତ୍ତମାନ ଥିବା କର୍ମଚାରୀ 50 ପ୍ରତିଶତରୁ ଅଧିକ ଏବଂ ୟାହୁର ବର୍ତ୍ତମାନର କର୍ମଚାରୀ 20 ପ୍ରତିଶତରୁ ଅଧିକ ହେବ । ରିପୋର୍ଟ ଅନୁଯାୟୀ, ୟାହୁ ଏହାର ବିଜ୍ଞାପନ ବ୍ୟବସାୟର SSP କିମ୍ବା ସପ୍ଲାଏ-ସାଇଡ୍ ପ୍ଲାଟଫର୍ମ ନାମକ ଏକ ଅଂଶକୁ ବନ୍ଦ କରିଦେବ, ଯାହା ଡିଜିଟାଲ ପ୍ରକାଶକମାନଙ୍କୁ ସେମାନଙ୍କ କଣ୍ଟେଣ୍ଟ ବିରୁଦ୍ଧରେ ସ୍ୱୟଂଚାଳିତ ବିଜ୍ଞାପନ ବିକ୍ରୟ କରିବାରେ ସାହାଯ୍ୟ କରିବ ।
କମ୍ପାନୀ ଜେମିନ ନାମକ ଏହାର ମୂଳ ବିଜ୍ଞାପନ ପ୍ଲାଟଫର୍ମକୁ ମଧ୍ୟ ବନ୍ଦ କରିଦେବ ବୋଲି ଜଣାପଡିଛି । ଦେଶୀ ବିଜ୍ଞାପନ ବିକ୍ରୟ କରିବା ପାଇଁ ଏହା ବିଜ୍ଞାପନ ଟେକ୍ ଜଏଣ୍ଟ ଟାବୁଲା ସହିତ ଏହାର ନୂତନ ଭାବରେ ଗଠିତ ସହଭାଗିତାକୁ ବୃଦ୍ଧି କରିବ । ୟାହୁ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ, ବିଶ୍ବର ମାକ୍ରୋ-ଅର୍ଥନୈତିକ ଅବସ୍ଥା ମଧ୍ୟରେ କମ୍ପାନୀ ହଜାରହଜାର କର୍ମଚାରୀଙ୍କୁ ଛଟେଇ କରୁଛି ।
କହି ରଖୁଛୁ ଯେ, କୋଭିଡ ମହାମାରୀ ପରେପରେ ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ବିଶ୍ବର ଅନେକ ନାମିଦାମୀ କମ୍ପାନୀ ଛଟେଇ କରୁଛନ୍ତି । ଏଲନ୍ ମସ୍କ ଟ୍ବିଟରର ଦାୟିତ୍ବ ନେବା ପରେ ପ୍ରଥମେ କର୍ମଚାରୀ ଛଟେଇ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହାପରେ ଆମାଜନ, ଗୁଗଲ୍, ମେଟା ଭଳି ଅଧିକାଂଶ କମ୍ପାନୀ ଛଟେଇ କରିସାରି ଥିବାବେଳେ ଡିଜନୀ, ବାଇଜୁସ୍, ଡେଲ୍ ଆଦି ଛଟେଇ ନେଇ ଘୋଷଣା କରିଛନ୍ତି ।