ଓଡିଶା

odisha

By

Published : Jun 15, 2022, 8:52 AM IST

ETV Bharat / business

ଦେଶରେ ୩୦ ବର୍ଷର ରେକର୍ଡ ଭାଙ୍ଗିଲା ମୁଦ୍ରାସ୍ଫୀତି

ମହଙ୍ଗା ମାଡରେ ହନ୍ତସନ୍ତ ଖାଉଟି । ଗତ ମେ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୧୫.୮୮କୁ ବୃଦ୍ଧି । ଅଧିକ ପଢନ୍ତୁ

ଦେଶରେ ୩୦ ବର୍ଷର ରେକର୍ଡ ଭାଙ୍ଗିଲା ମୁଦ୍ରାସ୍ଫୀତି
ଦେଶରେ ୩୦ ବର୍ଷର ରେକର୍ଡ ଭାଙ୍ଗିଲା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ମହଙ୍ଗା ମାଡରେ ହନ୍ତସନ୍ତ ଖାଉଟି । ଦେଶରେ ରେକର୍ଡ ଭାଙ୍ଗିଲା ମୁଦ୍ରାସ୍ଫୀତି । ଗତ ମେ ମାସରେ ଭାରତର ପାଇକାରୀ ମୁଦ୍ରାସ୍ଫୀତି(Wholesale price inflation) ରେକର୍ଡ ୧୫.୮୮ ପ୍ରତିଶତକୁ ବୃଦ୍ଧି ପାଇଛି । ଜଣେ ଅର୍ଥନୀତିଜ୍ଞଙ୍କ କହିବାନୁସାରେ, ୧୯୯୧ ମସିହା ସେପ୍ଟେମ୍ବର ପରଠାରୁ ଏହା ସର୍ବାଧିକ ବୃଦ୍ଧି । ଚଳିତ ବର୍ଷ ଏପ୍ରିଲରେ ଦେଶର ପାଇକାରୀ ମୁଦ୍ରାସ୍ଫୀତି ୧୫.୦୮ ପ୍ରତିଶତ ଏବଂ ମାର୍ଚ୍ଚରେ ୧୪.୫୫ ପ୍ରତିଶତ ଥିଲା । ସେହିପରି ଗତବର୍ଷ ମେ ମାସରେ ଏହା ୧୩.୧୧ ପ୍ରତିଶତ ରହିଥିଲା । କ୍ରମାଗତ ଦ୍ବିତୀୟ ମାସରେ WPI ୧୫ ପ୍ରତିଶତରୁ ଅଧିକ ରହିଛି ।

ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଖାଦ୍ୟ ସାମଗ୍ରୀ ଓ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ, ଏବଂ ରାସାୟନିକ ପଦାର୍ଥ ଦର ବୃଦ୍ଧି ଯୋଗୁଁ ପାଇକାରୀ ମୁଦ୍ରାସ୍ଫୀତିରେ ଏପରି ବୃଦ୍ଧି ଆସିଛି । ଗତ କିଛି ମାସ ହେଲା ଦେଶରେ ଦରଦାମ ବୃଦ୍ଧି ସରକାରଙ୍କ ଚିନ୍ତା ବଢାଇଛି । ପନିପରିବା ଠାରୁ ଇନ୍ଧନ ଯାଏଁ ସବୁକିଛି ଦର ଆକାଶ ଛୁଆଁ ରହିଛି । ୟୁକ୍ରେନ ଉପରେ ଋଷିଆ ଆକ୍ରମଣ ବୃହତ୍ ଯୋଗାଣ ଶୃଙ୍ଖଳକୁ ପ୍ରଭାବିତ କରିଛି । ଯାହାଦ୍ବାରା ସମଗ୍ର ବିଶ୍ବରେ ବିଭିନ୍ନ ମୌଳିକ ସାମାଗ୍ରୀର ଦର ବୃଦ୍ଧି ପାଉଛି ।

ଅନ୍ୟପଟେ ମେ ମାସରେ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧି ପାଇଥିଲେ ହେଁ ଏହି ମାସରେ ଖାଉଟି ମୁଦ୍ରାସ୍ଫୀତିରେ ସାମାନ୍ୟ ହ୍ରାସ ହୋଇଛି । ଗତ ମାସରେ ଖୁଚୁରା ମୁଦ୍ରାସ୍ଫୀତି 7.04 ପ୍ରତିଶତକୁ ଖସି ଆସିଛି । ମେ ମାସରେ ଖାଦ୍ୟସାମଗ୍ରୀ କ୍ଷେତ୍ରରେ ମୁଦ୍ରାସ୍ଫୀତି ୧୨.୩୪ ପ୍ରତିଶତ ରହିଛି, ଯାହାକି ଏହାର ପୂର୍ବ ମାସରେ ୮.୩୫ ପ୍ରତିଶତ ଥିଲା ।

ABOUT THE AUTHOR

...view details