ଓଡିଶା

odisha

By

Published : Jun 28, 2022, 10:35 PM IST

ETV Bharat / business

ବଣ୍ଡ କ'ଣ, ଜାଣନ୍ତୁ ଏଥିରେ ନିବେଶର ଫାଇଦା

ବଣ୍ଡ ଏକ ଉତ୍ତମ ନିବେଶ ବିକଳ୍ପ ଅଟେ । ବଣ୍ଡରେ ନିବେଶ କରିବା ପୂର୍ବରୁ ଏହାର କ୍ରେଡିଟ୍ ରେଟିଂକୁ ଯାଞ୍ଚ କରନ୍ତୁ । ଅଧିକ ପଢନ୍ତୁ

ବଣ୍ଡ କ'ଣ, ଜାଣନ୍ତୁ ଏଥିରେ ନିବେଶର ଫାଇଦା
ବଣ୍ଡ କ'ଣ, ଜାଣନ୍ତୁ ଏଥିରେ ନିବେଶର ଫାଇଦା

ହାଇଦ୍ରାବାଦ: ଯେଉଁମାନେ ଲଗାତାର ରିଟର୍ଣ୍ଣ ଆଶା ରଖନ୍ତି, ସେମାନେ ନିଜର ଟଙ୍କା ବଣ୍ଡରେ ଲଗାଇବା ଉଚିତ୍ । ଆଜିକାଲି ନିବେଶ ପାଇଁ ଅନେକଗୁଡିଏ ବିକଳ୍ପ ଉଭା ହୋଇଛି । ହେଲେ ବଣ୍ଡ ଏକ ସୁରକ୍ଷିତ ଏବଂ ଉତ୍ତମ ନିବେଶ ବିକଳ୍ପ ଅଟେ । ବଣ୍ଡ କିଣିବା ଏକ ଦୀର୍ଘକାଳୀନ ନିବେଶ ଭାବେ ଗଣାଯାଏ । କମ୍ପାନୀମାନେ ବଣ୍ଡ ଜାରି କରି ଅର୍ଥ ସଂଗ୍ରହ କରିଥାନ୍ତି । ଅଧିକାଂଶ ଲୋକେ ମନେକରନ୍ତି, ବଣ୍ଡ ଏବଂ ଫିକ୍ସଡ ଡିପୋଜିଟ୍ ସମାନ ଅଟେ । କିନ୍ତୁ ଏହି ଦୁଇଟି ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ପୂର୍ବରୁ କେବଳ ବଡ ନିବେଶକମାନେ ସରକାରୀ ବଣ୍ଡରେ ନିବେଶ କରୁଥିଲେ । ହେଲେ ଏଣିକି କ୍ଷୁଦ୍ର ନିବେଶକ ମଧ୍ୟ ଆରବିଆଇ ରିଟେଲ ଡାଇରେକ୍ଟ ପ୍ଲାଟଫର୍ମ(RBI retail direct platform) ଜରିଆରେ ସରକାରୀ ବଣ୍ଡରେ ନିଜ ପଇସା ଲଗାଇ ପାରିବେ। ନିକଟରେ ବିଭିନ୍ନ କମ୍ପାନୀ ପକ୍ଷରୁ ବହୁତ ଗୁଡିଏ ବଣ୍ଡ ଜାରି କରାଯାଇଛି । ଏହି ବଣ୍ଡ ନେବା ସମୟରେ ନିମ୍ନଲିଖିତ ସାବଧାନତା ପରଖିବା ନିତାନ୍ତ ଜରୁରୀ ।

ପ୍ରଥମତଃ, ବଣ୍ଡରେ ନିବେଶ କରିବା ପୂର୍ବରୁ ଏହାର କ୍ରେଡିଟ୍ ରେଟିଂକୁ ଯାଞ୍ଚ କରନ୍ତୁ । କମ୍ପାନୀଗୁଡିକ ବଣ୍ଡ ଜାରି କରି ବଜାରରୁ ଟଙ୍କା ଉଠାନ୍ତି । କିନ୍ତୁ ଥାର୍ଡ ପାର୍ଟି ହାତରେ ରେଟିଂ ପରିଚାଳନା କ୍ଷମତା ରହିଥାଏ । Crisil, Icra ଏବଂ CARE ପ୍ରମୁଖ ଏଜେନ୍ସି ବଣ୍ଡଗୁଡିକୁ ରେଟିଂ ଦେଇଥାନ୍ତି । ‘AAA’ ଅର୍ଥ ସବୁଠୁ ଭଲ ରେଟିଂ ଏବଂ ‘D’ ସବୁଠୁ କମ୍ ରେଟିଂକୁ ସୂଚାଏ । ‘D’ ଏହାମଧ୍ୟ ଜଣାଏ ଯେ, ଉକ୍ତ କମ୍ପାନୀ ପେମେଣ୍ଟରେ ଡିଫଲ୍ଟ ହୋଇପାରେ, ତେଣୁ ଏହିଭଳି ବଣ୍ଡରୁ ଦୂରେଇ ରହିବା ଉଚିତ୍ ।

ଅପରପକ୍ଷେ, ସରକାରୀ ବଣ୍ଡଗୁଡିକ ଜିରୋ-ରିସ୍କ(zero-risk) ଯୁକ୍ତ ହୋଇଥାଏ । ଅର୍ଥାତ୍ ଏହି ପ୍ରକାର ବଣ୍ଡରେ କୌଣସି ବିପଦ ରହିନଥାଏ । ସରକାରଙ୍କ ସ୍ଥାୟୀ ଗ୍ୟାରେଣ୍ଟି ସହିତ ଏହି ବଣ୍ଡ ‘AAA’ ରେଟିଂଯୁକ୍ତ ଭରସାଯୋଗ୍ୟ ଅଟନ୍ତି । କିନ୍ତୁ ମନେରଖିବେ ଯେ, ଉଚ୍ଚ ରେଟିଂ ସରକାରୀ ବଣ୍ଡ କମ୍ ସୁଧ ପ୍ରଦାନ କରନ୍ତି ଏବଂ କମ୍ ରେଟିଂ ବଣ୍ଡ ଅଧିକ ସୁଧ ସୁନିଶ୍ଚିତ କରେ । ବଣ୍ଡଗୁଡିକ ଏକ ନିର୍ଦ୍ଧିଷ୍ଟ ସମୟ ପାଇଁ ଉପଲବ୍ଧ ହୋଇଥାଏ । କିଛି କମ୍ପାନୀ ଧାର୍ଯ୍ୟ ତାରିଖ ପୂର୍ବରୁ ସେମାନଙ୍କ ବଣ୍ଡ କ୍ରୟ କରିପାରନ୍ତି । ଯେତେବେଳେ ସୁଧହାର ହ୍ରାସ ହୁଏ, କମ୍ପାନୀଗୁଡିକ ବଜାରରୁ ସେମାନଙ୍କ ବଣ୍ଡ ପ୍ରତ୍ୟାହାର କରିନେବେ ଏବଂ କମ୍ ସୁଧହାର ସହ ନୂଆ ବଣ୍ଡ ପ୍ରଦାନ କରିବେ । ଏପରି ସ୍ଥିତିରେ କମ୍ ସୁଧହାରରେ ବଣ୍ଡ ନେବା ବ୍ୟତୀତ ନିବେଶକଙ୍କ ପାଖରେ କୌଣସି ବିକଳ୍ପ ନଥାଏ । ଅଧିକ ସୁଧ ଅଫର କରୁଥିବା ଏବଂ କମ୍ପାନୀଗୁଡିକୁ ପୁନଃକ୍ରୟ କ୍ଷମତା ପ୍ରଦାନ କରୁଥିବା ବଣ୍ଡଗୁଡିକୁ କଲେବୁଲ ବଣ୍ଡ(Callable Bond) କୁହାଯାଏ । ସେହିପରି ଯେଉଁ ବଣ୍ଡ କେବଳ ଧାର୍ଯ୍ୟ ତାରିଖ ପରେ ପରିପକ୍ବ ହୁଏ, ଏହାକୁ ବୁଲେଟ୍ ବଣ୍ଡ(Bullet Bonds) କୁହାଯାଏ ।

ନିବେଶକ ନିଜର ଟଙ୍କା ଫେରିପାଇବା ପାଇଁ କିଛି ବଣ୍ଡକୁ ଫେରସ୍ତ କରିପାରନ୍ତି । ଆର୍ଥିକ ଏମର୍ଜେନ୍ସି ସ୍ଥିତିରେ ଏହିଭଳି ବିକଳ୍ପକୁ ଚୟନ କରାଯାଇପାରେ । କିନ୍ତୁ ଏହି ବଣ୍ଡଗୁଡିକ ଏକ ନାମମାତ୍ର ସୁଧ ଦେଇଥାଏ । ବେଳେବେଳେ ମ୍ୟାଚୁରିଟି ସମୟ ପାଖେଇ ଆସୁଥିଲେ କମ୍ପାନୀ ରେଟିଂ 'D' କୁ ଖସିଯିବାର ଆଶଙ୍କା ଥାଏ । ତେଣୁ ବଣ୍ଡ ନିବେଶକମାନେ ଏହା ଉପରେ ନଜର ରଖିବା ଉଚିତ୍ । ନଚେତ୍ ନିବେଶକଙ୍କୁ କେବଳ ନିଜର ଅତିରିକ୍ତ ଆୟ ନୁହେଁ, ବରଂ ସମସ୍ତ ଟଙ୍କା ହରାଇବାକୁ ପଡିପାରେ । ଏଥିପାଇଁ ସର୍ବଦା ଠିକ୍ ବିକଳ୍ପ ବାଛିବା ଜରୁରୀ ।

କେତେକ ବଣ୍ଡ କ୍ଷେତ୍ରରେ ସମାନ ସମୟରେ ସୁଧହାର ପରିବର୍ତ୍ତନ ହୋଇପାରେ । ଉଦାହରଣସୂରପ, ୧୦ ବର୍ଷ ଟର୍ମ ଯୁକ୍ତ ସରକାରୀ ବଣ୍ଡ ୬.୫ ପ୍ରତିଶତ ସୁଧ ଅଫର କରୁଛି, ଅନ୍ୟପଟେ ଏକ କର୍ପୋରେଟ ବଣ୍ଡ ସମାନ ପିରିୟଡ ପାଇଁ ୭.୫ ପ୍ରତିଶତ ସୁଧ ଦେଉଛି । କ୍ରେଡିଟ ରେଟିଂରେ ପାର୍ଥକ୍ୟ ସୁଧହାରରେ ମଧ୍ୟ ୧ ପ୍ରତିଶତ ପାର୍ଥକ୍ୟ ଆଣିପାରେ । ଧ୍ୟାନ ରଖିବେ, ଯେତେବେଳେ ବଣ୍ଡ ରେଟିଂ ବୃଦ୍ଧି ପାଏ, ସେତେବେଳେ ବଣ୍ଡ ମୂଲ୍ୟ ହ୍ରାସ ହୁଏ ।

For All Latest Updates

ABOUT THE AUTHOR

...view details