ଓଡିଶା

odisha

ETV Bharat / business

ଅବାଞ୍ଛିତ ଋଣରୁ ଦୂରେଇ ରୁହନ୍ତୁ, ସୁଖୀ ଜୀବନ ବିତାନ୍ତୁ

ସର୍ବଦା ଆବଶ୍ୟକତା ଭିତ୍ତିରେ ଲୋନ ନେବା ଉଚିତ୍ । କେବଳ କେହି ଦେଉଛନ୍ତି ବୋଲି କେବେ ଲୋନ ନିଅନ୍ତୁ ନାହିଁ । ଏହା ଆପଣଙ୍କ ଜୀବନକୁ ଚାପଗ୍ରସ୍ତ କରିପାରେ । ଜାଣନ୍ତୁ ଲୋନ ନେବାର ସଠିକ୍ ଉପାୟ

By

Published : Sep 11, 2022, 3:48 PM IST

ଅବାଞ୍ଛିତ ଋଣରୁ ଦୂରେଇ ରୁହନ୍ତୁ, ସୁଖୀ ଜୀବନ ବିତାନ୍ତୁ
ଅବାଞ୍ଛିତ ଋଣରୁ ଦୂରେଇ ରୁହନ୍ତୁ, ସୁଖୀ ଜୀବନ ବିତାନ୍ତୁ

ହାଇଦ୍ରାବାଦ: ଅବାଞ୍ଛିତ ଋଣରୁ ଦୂରେଇ ରୁହନ୍ତୁ, ସୁଖୀ ଜୀବନ ବିତାନ୍ତୁ । ୩୫ ବର୍ଷୀୟ ଅର୍ଜୁନଙ୍କ ଦୁଇଟି ସନ୍ତାନ ରହିଛି । ଦୁଇ ବର୍ଷ ତଳେ ସେ ଘର କିଣିଥିଲେ । ସହରର ଏକ ନାମୀ କମ୍ପାନୀରେ ଭଲ ପଦରେ ଥିବା ଅର୍ଜୁନ ମାସିକ ୧ ଲକ୍ଷ ଟଙ୍କା ଦରମା ପାଉଥିଲେ । ପତ୍ନୀ ଓ ଛୁଆଙ୍କ ସହ ସେ ହସଖୁସିର ଜୀବନ ବିତାଉଥିଲେ । ହେଲେ ସେପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଥିଲା, ଯେପର୍ଯ୍ୟନ୍ତ ଯୁବକ ଜଣକ କୌଣସି ଲୋନ ନେଇନଥିଲେ । କ୍ରମଶଃ ଅର୍ଜୁନ ନେଇଥିବା ହୋମ ଲୋନ୍‌ ବାବଦରେ ତାଙ୍କୁ ମାସିକ ୪୦ ହଜାର ଟଙ୍କା, କାର୍ ଲୋନ ପାଇଁ ୧୫ ହଜାର ଏବଂ ଗୋଲ୍ଡ ଲୋନ ବାବଦରେ ମାସିକ ଦରମାରୁ ହଜାର ହଜାର ଟଙ୍କା କିସ୍ତି ଭରିବାକୁ ପଡିଲା । ଦିନେ ଏମିତି ସମୟ ଆସିଲା, ଯେତେବେଳେ ତାଙ୍କର ନିବେଶ କ୍ଷମତା ସମ୍ପୂର୍ଣ୍ଣ ଶୂନ୍ୟ ହୋଇଗଲା ଏବଂ ତାଙ୍କ ପକ୍ଷେ ମାସିକ ଖର୍ଚ୍ଚ ତୁଲାଇବା ମଧ୍ୟ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଲା । ଧୀରେ ଧୀରେ ସେ ଋଣ କିସ୍ତି ତଳେ ଦବି ହୋଇଗଲେ ।

ଅର୍ଜୁନଙ୍କ ପରି ଅନେକ ରୋଜଗାର କରୁଥିବା ବ୍ୟକ୍ତି ଏପରି ଆର୍ଥିକ ସଙ୍କଟର ବଶବର୍ତ୍ତୀ ହେଉଛନ୍ତି । ଯେଉଁଥିରୁ ସେମାନେ ବାହାରକୁ ବାହାରିବାର କୌଣସି ବାଟ ପାଉନାହାନ୍ତି । ବିଶେଷକରି ସେମାନଙ୍କ ନିକଟକୁ ଆସୁଥିବା ସମସ୍ତ ଲୋନ ଅଫର୍ ଗ୍ରହଣ କରିବା ଯୋଗୁଁ ଏହି ସମସ୍ୟା ସୃଷ୍ଟି ହେଉଛି । ତେବେ ରୋଜଗାର ଅନୁଯାୟୀ ବ୍ୟୟ କରିବାର ମୌଳିକ ନୀତିକୁ ଅଣଦେଖା କରିବା ଏହି ଆର୍ଥିକ ସଙ୍କଟର ମୂଳ କାରଣ ଅଟେ । ସେହିପରି ଭବିଷ୍ୟତର ଆୟକୁ ଆଜି ଖର୍ଚ୍ଚ କରିବା ସମ୍ପ୍ରତ୍ତି ଟ୍ରେଣ୍ଡ୍‌ରେ ପରିଣତ ହୋଇଛି । ଏହାଦ୍ବାରା ଥରେମାତ୍ର ଆପଣଙ୍କ ଆର୍ଥିକ ଯୋଜନା ବିଗିଡିଲେ, ପୁଣିଥରେ ଟ୍ରାକ୍‌କୁ ଫେରିବା ବହୁତ କଷ୍ଟକର ହୋଇପଡେ ।

ଲୋନ ନେବା ଖୁବ୍ ସହଜ, କିନ୍ତୁ ଏଥିପାଇଁ ଆମକୁ ଛୋଟ ଛୋଟ ତ୍ୟାଗ କରିବାକୁ ପ୍ରସ୍ତୁତ ରହିବାକୁ ପଡିବ । ଆୟ, ବ୍ୟୟ, ଡିଭିଡେଣ୍ଡ, ସୁଧ ମଧ୍ୟରେ ସର୍ବଦା ସନ୍ତୁଳନ ରକ୍ଷା କରିବା ଉଚିତ୍ । ଆବଶ୍ୟକତା, ଇଚ୍ଛା ଏବଂ ବିଳାସପୂର୍ଣ୍ଣତା ଭିନ୍ନ ହେବା ଆବଶ୍ୟକ । ଆମକୁ ନିଜ ଇଚ୍ଛା ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ । ଆର୍ଥିକ ସାମର୍ଥ୍ୟ ଠାରୁ ଅଧିକ ବିଳାସପୂର୍ଣ୍ଣ ଜୀବନ ସମ୍ପର୍କରେ ଚିନ୍ତା କରିବା ମଣିଷକୁ ଋଣ ଜାଲରେ ଛନ୍ଦି ଦେଇଥାଏ । କୌଣସି ଋଣ ନେବା ପୂର୍ବରୁ ଅତୀତରେ ନେଇଥିବା ଋଣ ଏବଂ ଏହାର କିସ୍ତି ସମ୍ପର୍କରେ ଚିନ୍ତା କରିବା ଉଚିତ୍ । ୧୦ ପ୍ରତିଶତରୁ ଅଧିକ ସୁଧହାର ବିଶିଷ୍ଟ ଲୋନ୍‌ ଋଣ(High-interest loans) ଦୀର୍ଘମିଆଦିରେ ଏକ ବଡ ବୋଝ ଅଟେ ।

ଏହାମଧ୍ୟ ପଢନ୍ତୁ:ଚେକ୍ ପେମେଣ୍ଟକୁ ସୁରକ୍ଷା ଦିଏ ପଜିଟିଭ ପେ ସିଷ୍ଟମ

ସର୍ବଦା ନିଜର ବଳକା ଅର୍ଥ ବୃଦ୍ଧି ଉପରେ ପ୍ରାଧାନ୍ୟ ଦେବା ଜରୁରୀ । ଏଥିପାଇଁ ଆପଣଙ୍କୁ ନିଜର ଖର୍ଚ୍ଚ କାଟ କରିବାକୁ ପଡିବ । ବ୍ୟାଙ୍କ ଡିପୋଜିଟ, ଇକ୍ବିଟି, ମ୍ୟୁଚୁଆଲ ଫଣ୍ଡ ଏବଂ ଲୋନରୁ ଆପଣ କେତେ ପରିମାଣ ଉଠାଣ କରିପାରିବେ ତାହା ଉପରେ ସ୍ପଷ୍ଟ ଧାରଣା ରହିବା ଆବଶ୍ୟକ । ଲୋନ ନେବା ପୂର୍ବରୁ ଏହାକୁ ପରିଶୋଧ କରିବାକୁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ଦରକାର । ଯଦି ଆପଣଙ୍କ ପାଖରେ ବଳକା ଅର୍ଥ ଆସୁଛି, ତେବେ EMI ରାଶି ବୃଦ୍ଧି କରିବା ଉଚିତ୍ ।

କେବଳ ଜଣେ କେହି ଦେଉଛନ୍ତି ବୋଲି କେବେ ଲୋନ ନେବା ଅନୁଚିତ୍ । ଆପଣଙ୍କ ଆୟ ଏବଂ ଲୋନ ପରିଶୋଧ କ୍ଷମତାକୁ ବିଚାର କରି ଲୋନ୍‌ ନିଅନ୍ତୁ । ହୋମ୍‌ ଲୋନ କିସ୍ତି ଆପଣଙ୍କ ଆର୍ଥିକ କ୍ଷମତାର ୪୦ ପ୍ରତିଶତରୁ ଅଧିକ ହେବା ଅନୁଚିତ୍ । କ୍ରେଡିଟ୍ କାର୍ଡ ବ୍ୟବହାର ଲିମିଟ୍ ୧୨ ପ୍ରତିଶତରୁ ଅଧିକ ନହେବା ଉଚିତ୍ । ସେହିପରି କାର୍ ଲୋନ ୫ ପ୍ରତିଶତରୁ ଅଧିକ ଏବଂ ବ୍ୟକ୍ତିଗତ ଲୋନ ଆପଣଙ୍କ ଆୟର ଦୁଇ ପ୍ରତିଶତରୁ ଅଧିକ ହେବା ଅନୁଚିତ୍ । ଭଲ ଲୋନ(Good loans) ସମ୍ପତ୍ତି ସୃଷ୍ଟି କରେ । ହେଲେ ଯେତେବେଳେ ଆପଣ ଆବଶ୍ୟକତା ନୁହେଁ, ବରଂ ଇଚ୍ଛା ପାଇଁ ଲୋନ ନିଅନ୍ତି ସେତେବେଳେ ଏହା ଖରାପ ଲୋନରେ(Bad loans) ପରିବର୍ତ୍ତିତ ହୋଇଯାଏ ।

ABOUT THE AUTHOR

...view details