ଓଡିଶା

odisha

I2U2 summit: ଭାରତରେ ୨ ବିଲିୟନ ଡଲାର ନିବେଶ କରିବ UAE

By

Published : Jul 15, 2022, 7:53 AM IST

ଭାରତରେ ଇଣ୍ଟିଗ୍ରେଟଡ ଫୁଡ ପାର୍କ ପ୍ରତିଷ୍ଠା ପାଇଁ ୨ ବିଲିୟନ ଡଲାର ନିବେଶ କରିବ ୟୁଏଇ । ଅଧିକ ପଢନ୍ତୁ

ଭାରତରେ ୨ ବିଲିୟନ ଡଲାର ନିବେଶ କରିବ UAE
ଭାରତରେ ୨ ବିଲିୟନ ଡଲାର ନିବେଶ କରିବ UAE

ନୂଆଦିଲ୍ଲୀ:ଗୁରୁବାର ଆଇ୨ୟୁ୨(I2U2 summit) ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ଏସିଆ ଓ ମଧ୍ୟପ୍ରାଚ୍ୟରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଭାରତ, ଇସ୍ରାଏଲ, ଆମେରିକା ଓ ୟୁନାଇଟେଡ ଆରବ ଏମିରେଟ୍ସ(United Arab Emirates) ମଧ୍ୟରେ ଏହି ସମ୍ମିଳନୀ ହୋଇଛି । ସମ୍ମିଳନୀରେ ୟୁଏଇ(UAE) ଇଣ୍ଟିଗ୍ରେଟଡ ଫୁଡ ପାର୍କ ପ୍ରତିଷ୍ଠା(integrated food parks across India) ପାଇଁ ଭାରତରେ ୨ ବିଲିୟନ ଡଲାର ନିବେଶ କରିବ ବୋଲି ଘୋଷଣା କରିଛି । ଭାରତର ବିଭିନ୍ନ ଭାଗରେ ଇଣ୍ଟିଗ୍ରେଟଡ ଫୁଡ ପାର୍କ ପ୍ରତିଷ୍ଠା କରାଯିବ । ଏଥିପାଇଁ ଭାରତ ସରକାର ଆବଶ୍ୟକ ଜମି ଯୋଗାଇବା ସହ ଚାଷୀଙ୍କୁ ଏଥିରେ ସାମିଲ କରିବ ବୋଲି କୁହାଯାଇଛି ।

ଭର୍ଚୁଆଲରେ ହୋଇଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଇସ୍ରାଏଲ ପ୍ରତିପକ୍ଷ ୟେର ଲ୍ୟାପିଡ, ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦ ଅଲ ନହୟାନ(Mohammed bin Zayed Al Nahyan) ଓ ଆମେରିକା ରାଷ୍ଟ୍ରପତି ଯୋଗ ଦେଇଥିଲେ । ସମ୍ମିଳନୀରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଛି । କହିରଖୁଛୁ କି, ଆଇ2ୟୁ2 ଚାରି ଦେଶ ଯଥା, ଭାରତ, ଇସ୍ରାଏଲ୍, ୟୁଏଇ ଏବଂ ଆମେରିକାର ଏକ ସମୂହ ।

ABOUT THE AUTHOR

...view details