ଓଡିଶା

odisha

ଭର୍ଚୁଆଲ ରିଆଲିଟି ସ୍ପେସ୍‌ରେ ଏଣ୍ଟ୍ରି କରିବ ବାଇଟଡ୍ୟାନ୍ସ

By

Published : Jun 12, 2022, 11:55 AM IST

Updated : Jun 12, 2022, 12:24 PM IST

ଭର୍ଚୁଆଲ ରିଆଲିଟି ଦୁନିଆରେ ପ୍ରବେଶ କରିବ ବାଇଟଡ୍ୟାନ୍ସ । ଏହି କ୍ଷେତ୍ରରେ କମ୍ପାନୀ ଏକ ବଡ ନିବେଶ କରିବାକୁ ଯାଉଥିବା ମିଡିଆ ରିପୋର୍ଟରୁ ସୂଚନା । ଅଧିକ ପଢନ୍ତୁ

ଭର୍ଚୁଆଲ ରିଆଲିଟି ସ୍ପେସ୍‌ରେ ଏଣ୍ଟ୍ରି କରିବ ବାଇଟଡ୍ୟାନ୍ସ
ଭର୍ଚୁଆଲ ରିଆଲିଟି ସ୍ପେସ୍‌ରେ ଏଣ୍ଟ୍ରି କରିବ ବାଇଟଡ୍ୟାନ୍ସ

ୱାସିଂଟନ:ଭର୍ଚୁଆଲ ରିଆଲିଟି ଦୁନିଆରେ(VR space) ଏଣ୍ଟ୍ରି କରିବ ବାଇଟଡ୍ୟାନ୍ସ(ByteDance) । ଭିଆର ସ୍ପେସରେ ସାମିଲ ହେବାକୁ ବାଇଟଡ୍ୟାନ୍ସ ପ୍ରସ୍ତୁତ ହେଉଥିବା ଏକ ମିଡିଆ ରିପୋର୍ଟରୁ ଏହା ଜଣାପଡିଛି । ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଏହି କମ୍ପାନୀ ଭିଆର କ୍ଷେତ୍ରରେ ଏକ ବଡ ନିବେଶ କରିବ । କହିରଖୁଛୁ କି, ByteDance ସର୍ଟ ଭିଡିଓ ମେକିଂ ଆପ୍ ଟିକଟକର ପ୍ୟାରେଣ୍ଟ କମ୍ପାନୀ ଅଟେ ।

ବାଇଟଡ୍ୟାନ୍ସ ଗତବର୍ଷ Pico ନାମକ ଏକ ଷ୍ଟାଟଅପ୍ କମ୍ପାନୀ ଅଧିଗ୍ରହଣ କରି ଭର୍ଚୁଆଲ ରିଆଲିଟି ଆଡକୁ ପାଦ ବଢାଇସାରିଛି । ଏଥିସହ Pico ପାଇଁ ୪୦ରୁ ଅଧିକ ନିଯୁକ୍ତି ତାଲିକା ମଧ୍ୟ ସୃଷ୍ଟି କରିଛି । ବିଶେଷକରି ୱାସିଂଟନ ଏବଂ କାର୍ଲିଫର୍ଣ୍ଣିଆରେ ଥିବା Pico ଷ୍ଟୁଡିଓର ବ୍ରାଞ୍ଚଗୁଡିକ ପାଇଁ ଭିଆର ଗେମ୍ ଷ୍ଟ୍ରାଟେଜି ହେଡ୍ ଠାରୁ ଗେମ୍ ଅପରେସନ ମ୍ୟାନେଜର ପର୍ଯ୍ୟନ୍ତ ନିଯୁକ୍ତି ସୁଯୋଗ ଖୋଲିଛି କମ୍ପାନୀ ।

ଏଥିସହ Picoର VR ହାର୍ଡୱେୟାର ପାଇଁ ଅପଟିକାଲ ଇଞ୍ଜିନିୟର ଏବଂ ସିଷ୍ଟମ ଡିଜାଇନ ଇଲେକ୍ଟ୍ରିକାଲ ଇଞ୍ଜିନିୟର ସମେତ ସେଲ୍ସ ଏବଂ ମାର୍କେଟିଂ ପାଇଁ ଅନ୍ୟାନ୍ୟ ଖାଲି ପଦବୀ ସୃଷ୍ଟି କରିଛି । ଏଥରୁ ସ୍ପଷ୍ଟ ହେଉଛି କି ଖୁବଶୀଘ୍ର ବାଇଟଡ୍ୟାନ୍ସ ଭର୍ଚୁଆଲ ରିଆଲିଟି ସ୍ପେସରେ ସାମିଲ ହେବ ।

Last Updated : Jun 12, 2022, 12:24 PM IST

ABOUT THE AUTHOR

...view details