ସାନ ଫ୍ରାନ୍ସିସ୍କୋ:ବିଶିଷ୍ଟ ଶିଳ୍ପପତି ଏଲନ ମସ୍କଙ୍କ ଦ୍ବାରା ପରିଚାଳିତ ଟେସଲା କମ୍ପାନୀ ଆଣୁଛି କାର ପ୍ରେମୀ ଗ୍ରାହକମାନଙ୍କ ପାଇଁ ନୂଆ ଅଫର । ଅଗ୍ରଣୀ ଇଲେକଟ୍ରିକ ଯାନ ବାହନ ନିର୍ମାତା କମ୍ପାନୀ ଟେସଲା ଚଳିତ ବର୍ଷ ଶେଷ ସୁଦ୍ଧା ଉତ୍ତର ଆମେରିକାରେ ନିଜର ନୂଆ ମଡେଲ ଇଲେକ୍ଟ୍ରିକ କାର, ମଡେଲ 3 ଏବଂ ମଡେଲ ୱାଇ ଅର୍ଡର ପାଇଁ 6 ମାସ ଯାଏଁ ମାଗଣାରେ ସୁପର ଚାର୍ଜିଙ୍ଗର ଅଫର ପ୍ରଦାନ କରୁଛି । ଏହା ପୂର୍ବରୁ କମ୍ପାନୀ ନିଜର ନୂଆ ଯାନବାହନ ତାଲିକାରେ 3000 ଡଲାର ପର୍ଯ୍ୟନ୍ତର ରିହାତି ପ୍ରଦାନ କରୁଛି । ଏହି ଖବର ସବୁଠାରୁ ପ୍ରଥମେ ଇଲେକ୍ଟ୍ରେକ ନାମକ ୱେବସାଇଟ୍ ଦ୍ବାରା ପ୍ରକାଶ ପାଇଛି । କମ୍ପାନୀର ୱେବସାଇଟ ଅନୁସାରେ ଯଦି ଗ୍ରାହକମାନେ 31 ଡିସେମ୍ବର 2023 ମଧ୍ୟରେ ମଡେଲ 3 କିମ୍ବା ମଡେଲ ୱାଇ କିଣୁଛନ୍ତି ଏବଂ ଡେଲିଭରି ନେଉଛନ୍ତି ତେବେ ସେମାନଙ୍କୁ ମାଗଣାରେ 6 ମାସ ଯାଏଁ ସୁପର ଚାର୍ଜିଙ୍ଗର ସୁବିଧା ମିଳିପାରିବ । କିନ୍ତୁ କମ୍ପାନୀ ତରଫରୁ ଏଥି ପାଇଁ କିଛି ସର୍ତ୍ତ ରହିଛି । ଯେଉଁ ଥିରେ ଗୋଟେ ସର୍ତ୍ତ ହେଉଛି ଯେ ବାହନକୁ ଅତ୍ୟଧିକ ଚାର୍ଜିଙ୍ଗ କଲେ ଟେସଲା କମ୍ପାନୀ ତରଫରୁ ଦିଆଯାଉଥିବା ସୁପର ଚାର୍ଜିଙ୍ଗର ଅଫରକୁ ପ୍ରତ୍ୟାହାର କରାନିଆଯିବ ।
ଏହା ମଧ୍ୟ ପଢନ୍ତୁ...ଇଭି ଟାରିଫ୍ କମେଇବାକୁ କେନ୍ଦ୍ର ସରକାରଙ୍କ ବିଚାର, ଟେସଲାକୁ ଟାର୍ଗେଟ