ଓଡିଶା

odisha

ETV Bharat / business

2024ରେ 14 ଦିନ ବନ୍ଦ ରହିବ ସେୟାର ବଜାର, ଜାଣନ୍ତୁ କେଉଁ କେଉଁ ଦିନ ରହିବ ବନ୍ଦ - 2024 ସେୟାର ବଜାର ଛୁଟିଦିନ

Stock market holiday calendar 2024: ସେୟାର ବଜାର ବର୍ଷ 2024ରେ 14 ଦିନ ପାଇଁ ବନ୍ଦ ରହିବ । 2024 ମାର୍ଚ୍ଚ ମାସରେ ତିନୋଟି ଛୁଟି ରହିଛି । ଅଧିକ ପଢ଼ନ୍ତୁ

ସେୟାର ବଜାର
ସେୟାର ବଜାର

By ETV Bharat Odisha Team

Published : Dec 18, 2023, 4:32 PM IST

ମୁମ୍ବାଇ: ଷ୍ଟକ୍‌ ଏକ୍ସଚେଞ୍ଜ ଏନଏସଇର ଏକ ସର୍କୁଲେସନ ଅନୁସାରେ, ସେୟାର ବଜାର ବର୍ଷ 2024ରେ 14 ଦିନ ପାଇଁ ବନ୍ଦ ରହିବ । ପର୍ବପର୍ବାଣୀ ଏବଂ ଅନ୍ୟ ଛୁଟି ସହ ସାପ୍ତାହିକ ଅବକାଶରେ ମଧ୍ୟ ସେୟାର ବଜାର ବନ୍ଦ ରହିବ । ସେୟାର ମାର୍କେଟରେ 2024 ମାର୍ଚ୍ଚ ମାସରେ ତିନୋଟି ଛୁଟି ରହିଛି । ଏହା ବର୍ଷର ଅଧିକ ଛୁଟି ଥିବା ମାସ । ଏହା ବ୍ୟତୀତ ଏପ୍ରିଲ ଓ ନଭେମ୍ବର ଉଭୟ ମାସରେ ଦୁଇଟି ଲେଖାଏଁ ଛୁଟି ରହିବ । ଏହାସହ ଫେବୃଆରୀ ଓ ସେପ୍ଟେମ୍ବର ସେୟାର ବଜାର ଅଂଶଗ୍ରହଣକାରୀଙ୍କ ପାଇଁ ସବୁଠାରୁ ବ୍ୟସ୍ତ ବହୁଳ ମାସ ହେବ, କାରଣ ଏହି ଦୁଇ ମାସରେ କୌଣସି ଛୁଟି ନାହିଁ ।

ଜାଣନ୍ତୁ କେଉଁ କେଉଁ ଦିନ ବନ୍ଦ ରହିବ ସେୟାର ବଜାର:-

1. 26 ଜାନୁଆରୀ 2024- ଶୁକ୍ରବାର, ଗଣତନ୍ତ୍ର ଦିବସ

2. 08 ମାର୍ଚ୍ଚ 2024- ଶୁକ୍ରବାର, ମହାଶିବରାତ୍ରୀ

3. 25 ମାର୍ଚ୍ଚ 2024- ସୋମବାର,ହୋଲି

4. 29 ମାର୍ଚ୍ଚ 2024- ଶୁକ୍ରବାର, ଗୁଡ଼ ଫ୍ରାଇଡେ

5. 11 ଏପ୍ରିଲ 2024- ଗୁରୁବାର, ଇଡ-ଉଲ-ଫିତର (ରମଜାନ ଇଦ)

6. 17 ଏପ୍ରିଲ 2024- ବୁଧବାର, ଶ୍ରୀରାମ ନବମୀ

7. 1 ମେ 2024- ବୁଧବାର, ମହାରାଷ୍ଟ୍ର ଦିବସ

8. 17 ଜୁନ 2024- ସୋମବାର, ବକ୍ରି ଇଦ୍‌ ( ଇଦ-ଉଲ-ଅଧା )

9. 17 ଜୁଲାଇ 2024- ବୁଧବାର, ମହରମ

10. 15 ଅଗଷ୍ଟ 2024- ଗୁରୁବାର, ସ୍ବାଧୀନତା ଦିବସ / ପାର୍ସି ନୂଆ ବର୍ଷ

11. 02 ଅକ୍ଟୋବର 2024- ବୁଧବାର, ମହାତ୍ମା ଗାନ୍ଧୀ ଜୟନ୍ତୀ

12. 1 ନଭେମ୍ବର 2024- ଶୁକ୍ରବାର, ଦୀପାବଳି (ଲକ୍ଷ୍ମୀ ପୂଜା)

13. 15 ନଭେମ୍ବର 2024- ଶୁକ୍ରବାର, ଗୁରୁ ନାନକ ଜୟନ୍ତୀ

14. 25 ଡିସେମ୍ବର 2024- ବୁଧବାର, ଖ୍ରୀଷ୍ଟମାସ

ଏହି ସବୁ ଛୁଟି ବ୍ୟତୀତ 2024 ରେ ଅନ୍ୟ 5 ଟି ଛୁଟି ୱିକଏଣ୍ଡ୍‌ରେ ପଡ଼ିବ । ଛୁଟି ଗୁଡ଼ିକ ହେଉଛି

1. 14 ଏପ୍ରିଲ 2024- ରବିବାର, ଡ଼ା ବାବା ସାହେବ ଆମ୍ବେଦକର ଜୟନ୍ତୀ

2. 21 ଏପ୍ରିଲ 2024- ରବିବାର, ମହାବୀର ଜୟନ୍ତୀ

3. 7 ସେପ୍ଟେମ୍ବର 2024- ଶନିବାର, ଗଣେଶ ଚତୁର୍ଥୀ

4. 12 ଅକ୍ଟୋବର 2024- ଶନିବାର, ଦଶହରା

5. 2 ନଭେମ୍ବର 2024- ଶନିବାର, ଦିୱାଲି ବାଲିପ୍ରତିପଦା

ଏହା ମଧ୍ୟ ପଢ଼ନ୍ତୁ.....Diwali Muhurat Trading: ଦୀପାବଳି ମୁହୂର୍ତ୍ତ ଟ୍ରେଡିଂ ପାଳିଲେ ନିବେଶକ, ଉଛୁଳିଲା ସେୟାର ମାର୍କେଟ

2024 ବର୍ଷରେ କେବେ ହେବ ମୁହୂର୍ତ୍ତ ଟ୍ରେଡିଂ ?

2024 ବର୍ଷରେ ମୁହୂର୍ତ୍ତ ଟ୍ରେଡିଂ ନଭେମ୍ବର 1 ତାରିଖ ଶୁକ୍ରବାର ଆୟୋଜିତ ହେବ । ମୁହୂର୍ତ୍ତ ଟ୍ରେଡିଂ 1 ତାରିଖରେ କେଉଁ ସମୟରେ ଖୋଲିବ ତାହା ପରବର୍ତ୍ତି ସମୟରେ ଜାରି କରାଯିବ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details