ହାଇଦ୍ରାବାଦ:ସୁଧହାର ବୃଦ୍ଧି ଯୋଗୁଁ ବ୍ୟାଙ୍କ, ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ(NBFC) ଏବଂ କର୍ପୋରେଟଗୁଡିକ ନିଜର ଜମା ହାର(ଡିପୋଜିଟ ରେଟ୍) ସଂଶୋଧନ କରୁଛନ୍ତି । ନିର୍ଦ୍ଧିଷ୍ଟ ଭାବେ କର୍ପୋରେଟଗୁଡିକ ପାଣ୍ଠି ଆବଶ୍ୟକାତା ପୂରଣ କରିବାକୁ ସ୍ବଳ୍ପ ମିଆଦୀ ଡିପୋଜିଟ(Short-term deposits) ଘୋଷଣା କରିବା ଆରମ୍ଭ କରିଛନ୍ତି । ତେବେ ଆପଣ କେଉଁ ଡିପୋଜିଟରେ ନିବେଶ ପାଇଁ ଚାହୁଁଛନ୍ତି ତାହା ବାଛିବା ପୂର୍ବରୁ କେତେକ ସତର୍କତା ଅବଲମ୍ବନ କରିବା ଜରୁରୀ ।
ଯେମିତିକି, କର୍ପୋରେଟ ଡିପୋଜିଟରେ ନିବେଶ କରିବା ପୂର୍ବରୁ ଏହାର କ୍ରେଡିଟ ରେଟିଂକୁ ଯାଞ୍ଚ କରିବା ଅର୍ନିବାର୍ଯ୍ୟ । କମ୍ ବିପଦ ବା ଲୋ ରିସ୍କ(low risk) ସମ୍ପନ୍ନ କର୍ପୋରେଟଗୁଡିକ ଡିପୋଜିଟ ଉପରେ ଅପେକ୍ଷାକୃତ କମ୍ ସୁଧ ପ୍ରଦାନ କରିଥାନ୍ତି । ଅନୁରୂପ ଭାବେ କମ୍ ରେଟିଂ ବିଶିଷ୍ଟ ଫାର୍ମଗୁଡିକ ଅଧିକ ରିସ୍କ ସମ୍ପନ୍ନ ହୋଇଥିବାରୁ ଉଚ୍ଚ ସୁଧହାର ଅଫର କରିଥାନ୍ତି । ତେଣୁ ନିବେଶକ ଟଙ୍କା ବିନିଯୋଗ ପୂର୍ବରୁ CRISIL, ICRA ଏବଂ CARE ଭଳି ପ୍ରମୁଖ ରେଟିଂ ଏଜେନ୍ସିଂଗୁଡିକ ପକ୍ଷରୁ ଦିଆଯାଇଥିବା ରେଟିଂକୁ ଯାଞ୍ଚ କରିବା ଜରୁରୀ ।
ଭଲ ରେଟିଂ ଥିବା ଜମାଗୁଡିକୁ ଅଧିକ ସୁରକ୍ଷିତ ଭାବେ ବିଚାର କରାଯାଇ ପାରିବ । ଏନେଇ ବିଶେଷଜ୍ଞ କୁହନ୍ତି, AAA-ରେଟଡ୍ ଡିପୋଜିଟରେ ସାମାନ୍ୟ କମ୍ ରିଟର୍ଣ୍ଣ ଦେଇଥାଏ । କିନ୍ତୁ ଏଥିରେ ଆପଣଙ୍କ ଟଙ୍କା ସୁରକ୍ଷିତ ରହିବା ସହିତ ଠିକ୍ ସମୟରେ ସୁଧ ମଧ୍ୟ ମିଳିଥାଏ । ସମ୍ପ୍ରତି ଆମେ ସୁଧହାର ବୃଦ୍ଧି ପର୍ଯ୍ୟାୟ ଦେଇ ଗତି କରୁଛେ । ଯେହେତୁ ବର୍ତ୍ତମାନ ସମୟରେ ବ୍ୟାଙ୍କଗୁଡିକ ସୁଧହାର ବଢାଉଛନ୍ତି, ଏପରି ସ୍ଥିତିରେ ଦୀର୍ଘ ମିଆଦୀ ଜମା(Long-term deposits) ଚୟନ କରିବା ଅନୁଚିତ୍ ।