ନୂଆଦିଲ୍ଲୀ: ବର୍ତ୍ତମାନ ଜାତୀୟ ରାଜଧାନୀ ଅଞ୍ଚଳ ପରିବହନ ନିଗମ (NCRTC)ର ନାମୋ ଭାରତ ଟ୍ରେନରେ ବିଜ୍ଞାପନ ଏବଂ ଚଳଚ୍ଚିତ୍ର ସୁଟିଂ ମଧ୍ୟ ହୋଇପାରିବ । ଏଥିପାଇଁ ଷ୍ଟେସନ ଏବଂ ଟ୍ରେନ୍ ସଂପୂର୍ଣ୍ଣ ପ୍ରସ୍ତୁତ କରାଯାଉଛି । ଏଥିପାଇଁ ଭଡା ରାଶି ମଧ୍ୟ ବୃଦ୍ଧି କରାଯାଇ ଆଦାୟ କରାଯିବ । RRTS ପକ୍ଷରୁ ଷ୍ଟେସନ ପରିସର ଏବଂ ନାମୋ-ଭାରତ ଟ୍ରେନକୁ ଚଳଚ୍ଚିତ୍ର ସୁଟିଂ ପାଇଁ ଉପଲବ୍ଧ କରାଇବା ସହ ଭଡ଼ା ବ୍ୟବସ୍ଥା କରାଯିବ ।
NCRTCର ଏହି ନିଷ୍ପତିରେ ଲାଭବାନ ହେବେ ଚଳଚିତ୍ର ନିର୍ମାତା
ଏନସିଆରଟିସିର ମୁଖ୍ୟ ଜନ ସମ୍ପର୍କ ଅଧିକାରୀ ପୁନିତ ବସ୍ତଙ୍କ କହିବା ଅନୁଯାୟୀ, ଓଟିଟି ପ୍ଲାଟଫର୍ମ, ଫିଚର ଫିଲ୍ମ, ଡକ୍ୟୁମେଣ୍ଟାରୀ ଏବଂ ୱେବ ସିରିଜ ପ୍ରସ୍ତୁତି ପାଇଁ ସର୍ବସାଧାରଣ ପରିବହନର ଯେମିତିକି, ବସ, ରେଳ, ମେଟ୍ରୋ ଆଦିର ବ୍ୟବହାର ହୋଇଥାଏ । ନିର୍ମାତା ଆକର୍ଷଣୀୟ ସୁଟିଂ ଲୋକେସନ ପାଇଁ ଅପେକ୍ଷାରେ ଥାଆନ୍ତି । ତେବେ ଏହି ନିଷ୍ପତ୍ତି ତାଙ୍କ ପାଇଁ ସୁବର୍ଣ୍ଣ ସୁ଼ଯୋଗ ।
RRTS ଭିତ୍ତିଭୂମି ସ୍ଥାପତ୍ୟ ଏବଂ ନମୋ ଭାରତ (Namo Bharat) ଟ୍ରେନ ବିଶ୍ୱ ସ୍ତରୀୟ ସୁବିଧା ସହିତ ଆଧୁନିକ ଡିଜାଇନରେ ପରିପୂର୍ଣ୍ଣ ରହିଛି । ଯାହା ଚଳଚ୍ଚିତ୍ର ନିର୍ମାତାଙ୍କ ସିନେମାଟିକ କାହାଣୀଗୁଡିକ କହିବାକୁ ଭିଜୁଆଲ୍ ଚିତ୍ତାକର୍ଷକ ଏବଂ ବହୁମୁଖୀ ସୁଟ୍ ପାଇଁ ଲକ୍ଷ୍ୟ ରଖିଛି । ଚଳଚ୍ଚିତ୍ର ନିର୍ମାତାମାନଙ୍କ ପାଇଁ ଏକ ଉପଯୁକ୍ତ ପସନ୍ଦ ରହିବ । RRTS ଷ୍ଟେସନଗୁଡିକର ବାହ୍ୟକୁ ମୟୂର ପଙ୍ଖ ପରି ଜୀବନ୍ତ ରଙ୍ଗରୁ ପ୍ରେରଣା ନେଇ ଆକର୍ଷଣୀୟ ନୀଳ ଏବଂ ବେଜ ରଙ୍ଗରେ ଡିଜାଇନ୍ କରାଯାଇଛି । ଏହି ଷ୍ଟେସନ ଗୁଡିକ ପ୍ରାକୃତିକ ଆଲୋକରେ ଭରପୂର ହେବା ଭେଣ୍ଟିଲେସନର ସୁବିଧା ମଧ୍ୟ ରହିବ ।
ଏହା ମଧ୍ୟ ପଢ଼ନ୍ତୁ...ଗୌତମ ଆଦାନୀଙ୍କ ପୁଅ ହେଲେ ଆଦାନୀ ପୋର୍ଟର ନୂଆ ଏମଡି