ଓଡିଶା

odisha

ETV Bharat / business

Layoffs: ଶତାଧିକ କର୍ମଚାରୀଙ୍କୁ ଛଟେଇ କଲା ShareChat - ଛଟେଇ ଖବର

ଆଉ ଏକ ଘରୋଇ କମ୍ପାନୀରେ ଛଟେଇ(Layoffs) ଆରମ୍ଭ । ଶତାଧିକ ShareChat କର୍ମଚାରୀ ଚାକିରିରୁ ବିଦା ହୋଇଥିବା ସୂଚନା(ShareChat lays off 5% of employees) । ଅଧିକ ପଢନ୍ତୁ

Layoffs: ଶତାଧିକ ShareChat କର୍ମଚାରୀ ଚାକିରିରୁ ବିଦା
Layoffs: ଶତାଧିକ ShareChat କର୍ମଚାରୀ ଚାକିରିରୁ ବିଦା

By

Published : Dec 3, 2022, 11:08 AM IST

Updated : Dec 3, 2022, 12:02 PM IST

ନୂଆଦିଲ୍ଲୀ: ଘରୋଇ କମ୍ପାନୀ ଗୁଡିକରେ ଜାରି ରହିଛି ଛଟେଇ ପ୍ରକ୍ରିୟା । ଏହି କ୍ରମରେ ସାମିଲ୍ ହୋଇଛି ସୋସିଆଲ ମିଡିଆ ପ୍ଲାଟଫର୍ମ ସେୟାରଚାଟ୍ (ShareChat) । ଖବର ଅନୁସାରେ କମ୍ପାନୀ ଶତାଧିକ କର୍ମଚାରୀଙ୍କୁ ଚାକିରିରୁ ବିତାଡିତ କରିଛି । ମୋଟ କର୍ମଚାରୀଙ୍କ ମଧ୍ୟରୁ 5 ପ୍ରତିଶତ ଚାକିରି ହରାଇଥିବା ଜଣାପଡିଛି(ShareChat lays off 5% of employees) । କମ୍ପାନୀ ଶୁକ୍ରବାର ଏନେଇ ସ୍ପଷ୍ଟ କରିଛି ।

ସୂଚନା ଅନୁସାରେ, ଦେଶର ଏହି ଘରୋଇ ସୋସିଆଲ ମିଡିଆ କମ୍ପାନୀ ସେୟାରଚାଟ୍(ମୋହାଲା ଟେକ୍ ପ୍ରାଇଭେଟ ଲିମିଟେଡ୍) ଏହାର Jeet11 ନାମକ ଫାଣ୍ଟାସି ସ୍ପୋର୍ଟ୍ସ ପ୍ଲାଟଫର୍ମ(fantasy sports platform)କୁ ବନ୍ଦ କରିଦେଇଛି((ShareChat shuts fantasy gaming vertical Jeet11) । ଏଥିରରେ 5% କର୍ମଚାରୀ ଚାକିରି ହରାଇଛନ୍ତି । ପ୍ଲାଟଫର୍ମରେ ଥିବା ମୋଟ 2200 କର୍ମଚାରୀଙ୍କ ମଧ୍ୟରୁ 100 ରୁ ଅଧିକ କର୍ମଚାରୀ ପ୍ରଭାବିତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Amazon Layoffs: ଆମାଜନରେ କର୍ମଚାରୀ ଛଟେଇ ଆରମ୍ଭ

ମୋହଲ୍ଲା ଟେକ୍ ଏକ ବିବୃତ୍ତିରେ କହିଛନ୍ତି, "ଏକ ମାନକ ବ୍ୟବସାୟ ଅଭ୍ୟାସ ଭାବରେ, ଆମେ ପର୍ଯ୍ୟାୟକ୍ରମେ ଆମର ରଣନୀତିର ମୂଲ୍ୟାଙ୍କନ କରୁ । JIT11ର କାର୍ଯ୍ୟ ବନ୍ଦ କରିବା ନେଇ ନିଶ୍ଚିତ କରୁଛୁ ଏବଂ ଆମେ ଆମର କିଛି କାର୍ଯ୍ୟକୁ ପୁନଃ ସଂଗଠିତ କରିଛୁ । ଏଥିରେ କେଛି କର୍ମଚାରୀଙ୍କୁ ଛଟେଇ ହୋଇଛି, ଯେଉଁଥିରେ 5% ରୁ କମ୍ କର୍ମଚାରୀ ପ୍ରଭାବିତ ହୋଇଛନ୍ତି ।"

ଏହା ମଧ୍ୟ ପଢନ୍ତୁ:-୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଗୁଗୁଲ

କହି ରଖୁଛୁ ଯେ, ShareChat 2015 ରେ ଫରିଦ ଅହସାନ, ଅଙ୍କୁଷ ସଚ୍ଚଦେବ ଏବଂ ଭାନୁ ପ୍ରତାପ ସିଂଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିଲା । ଲୋକପ୍ରିୟ ଫାଣ୍ଟାସି ଗେମିଂ ପ୍ଲାଟଫର୍ମ ଡ୍ରିମ୍ ଇଲେଭେନ୍(Dream11) ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏହା ଫେବୃଆରୀ 2020 ରେ Jeet11 ଲଞ୍ଚ କରିଥିଲା, ଯାହା ଉପଭୋକ୍ତାମାନଙ୍କୁ କ୍ରିକେଟ୍ ଏବଂ ଫୁଟବଲ୍ ମ୍ୟାଚ୍ ଉପରେ ବ୍ୟାଟିଂ(ବାଜି ଲଗାଇବାକୁ) ଅନୁମତି ଦେଇଥିଲା ।

ପୂର୍ବରୁ ଚାକିରି ହରାଇଛନ୍ତି ଘରୋଇ କମ୍ପାନୀ କର୍ମଚାରୀ:-

ବିଗତ କିଛି ଦିନ ମଧ୍ୟରେ, ଅନେକ ଟେକ୍ ଷ୍ଟାର୍ଟଅପ୍ ଏକ ଚ୍ୟାଲେଞ୍ଜିଂ ଅର୍ଥନୀତି କାରଣରୁ ଏକାଧିକ କର୍ମଚାରୀଙ୍କ ଛଟେଇ କରୁଛନ୍ତି । ଏହି ସପ୍ତାହ ପୂର୍ବରୁ, ନ୍ୟୁଜ୍ ଏଗ୍ରିଗେସନ୍ ୟୁନିକର୍ଣ୍ଣ ଡେଲିହଣ୍ଟ ଏବଂ ସର୍ଟ ଭିଡିଓ ପ୍ଲାଟଫର୍ମ ଜୋଶ୍‌ର ପ୍ୟାରେଣ୍ଟ୍ ଫର୍ମ VerSe Innovation Pvt. Ltd ଏହାର 3000 କର୍ମଚାରୀଙ୍କ ମଧ୍ୟରୁ 5 ପ୍ରତିଶତ କର୍ମଚାରୀଙ୍କ ଛଟେଇ କରିଥିଲା । ସେହିପରି ଗତ ମାସରେ, ଟ୍ବିଟର, ଆମାଜନ୍ ଏବଂ ଗୁଗୁଲ୍ ପରି ନାମି ଦାମୀ କମ୍ପାନୀ କର୍ମଚାରୀଙ୍କ ଛଟେଇ ଘୋଷଣା କରିଥିଲେ ।

Last Updated : Dec 3, 2022, 12:02 PM IST

ABOUT THE AUTHOR

...view details