ଓଡିଶା

odisha

By

Published : Aug 8, 2022, 6:56 PM IST

ETV Bharat / business

Share Market News: ୪୬୫ ପଏଣ୍ଟ ଉଛୁଳିଲା ସେନସେକ୍ସ, ନିଫ୍ଟି ୧୭,୫୦୦ ପାର୍‌

ବିଶ୍ବ ବଜାରରେ କାରବାର ଆରମ୍ଭରୁ ୪୬୫ ପଏଣ୍ଟ ଉଛୁଳିଲା ସେନସେକ୍ସ । ସେପଟେ ନିଫ୍ଟି ୧୭,୫୦୦ ପାର୍‌ କରିଛି । ଅଧିକ ପଢନ୍ତୁ

କାରବାର ଆରମ୍ଭରେ ୪୬୫ ପଏଣ୍ଟ ଉଛୁଳିଲା ସେନସେକ୍ସ, ୧୭,୫୦୦ ପାର୍‌ ନିଫ୍ଟି
କାରବାର ଆରମ୍ଭରେ ୪୬୫ ପଏଣ୍ଟ ଉଛୁଳିଲା ସେନସେକ୍ସ, ୧୭,୫୦୦ ପାର୍‌ ନିଫ୍ଟି

ମୁମ୍ବାଇ: ଗ୍ଲୋବାଲ ମାର୍କେଟ ଚାଲିଥିବା ଅସ୍ଥିରତା ମଧ୍ୟରେ ସପ୍ତାହର ପ୍ରଥମ ବାଣିଜ୍ୟ ଦିନ ସୋମବାରରେ ଭାରତୀୟ ଷ୍ଟକ୍ ମାର୍କେଟ (Stock Market) ଏକ ବଡ଼ ଲମ୍ଫ ମାରିପାରେ । ଗତ ସପ୍ତାହରେ ଲଗାତାର ୬ଟି ଅଧିବେଶନ ପରେ ଭାରତୀୟ ଷ୍ଟକ ମାର୍କେଟ ସାମାନ୍ୟ ଦୁର୍ବଳ ହୋଇଥିଲା । କିନ୍ତୁ ପରେ ବଜାରରେ ଏକ ଅଭିବୃଦ୍ଧି ଘଟିଲା । ବିଶ୍ବ ବଜାରର ସକରାତ୍ମକ ଭାବନାର ପ୍ରଭାବ ଆଜି ଭାରତୀୟ ଷ୍ଟକ୍ ମାର୍କେଟରେ ଦେଖିବାକୁ ମିଳିଛି । ଆଜି ଷ୍ଟକ୍ ମାର୍କେଟ୍ ନିଜେ ପ୍ରି-ଓପନ୍ ଅଧିବେଶନରୁ ଗ୍ରୀନ ସିଗନାଲ ସହିତ ଆରମ୍ଭ ହୋଇଛି । କାରବାର ଆରମ୍ଭରୁ ସେନସେକ୍ସ ୪୬୫ ପଏଣ୍ଟ ଉଛୁଳୁଥିବା ବେଳେ ୧୭,୫୦୦ ପାର୍‌ କରିଛି ନିଫ୍ଟି ।

ଆଜି ଶେୟାର ବଜାରରେ ୩୦ ଅଙ୍କ ଥିବା ସେନସେକ୍ସ ୨୯.୭୮ ଅଙ୍କ ତଥା ୦.୦୫୧% ସହିତ ୫୮,୪୧୭.୭୧ରେ ଖୋଲିଥିଲା । ସେପଟେ ୫୦ ଅଙ୍କ ଥିବା ନିଫ୍ଟି ୪.୦୦ ବା ୦.୦୨୩% ସହିତ ୧୭,୪୦୧.୫୦ ସହିତ ଖୋଲିଥିଲା । ବଜାରରେ ଲଗାତାର ଭାବେ ଅଭିବୃଦ୍ଧି ଘଟିଥିଲା । ଗୁରୁବାର ଓ ଶୁକ୍ରବାର ବଜାରରେ ଟ୍ରେଣ୍ଡିଂ ସେସନ ସମୟରେ ଲାଲ ସିଗନାଲ ରହିଥିବାବେଳେ, କାରବାର ବନ୍ଦ ବେଳେ ଏହା ଗ୍ରୀନ ସିଗନାଲକୁ ଆସିଥିଲା । ଗ୍ଲୋବାଲ ବଜାର ମଜବୁତ ରହିଥିବାବେଳେ ଏସିଆ ବଜାରରେ ମିଳିତ କାରବାର ଦେଖିବାକୁ ମିଳିଥିଲା, ଯାହାକି ବଜାରକୁ ଆଜି ସମର୍ଥନ କରିଥିଲା ।

ବିଶ୍ବ ବଜାରରେ ସକରାତ୍ମକ ଭାବେ HDFC ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରୀରେ ଦ୍ରୁତତାର ସହିତ ବଜାରରେ ମଜବୁତ ସ୍ଥିତିକୁ ଆସିଥିଲା । ୩୦ ସେୟାର ସହିତ BSE ସେନସେକ୍ସ ୪୬୫.୧୪ ଅଙ୍କ ତଥା ୦.୮୦ ପ୍ରତିଶତ ସହ ଆଗକୁ ବଢି ୫୮, ୮୫୩.୦୭ ଅଙ୍କରେ ବନ୍ଦ ହେଲା । କାରବାର ସମୟରେ ଏହା ୫୪୬.୯୭ ଅଙ୍କ ପର୍ଯ୍ୟନ୍ତ ପହଞ୍ଚିଥିଲା । ନେସନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ୧୨୭.୬୦ ଅଙ୍କ ତଥା ୦.୭୩ ପ୍ରତିଶତରେ ୧୭.୫୨୫.୧୦ ଅଙ୍କରେ ବନ୍ଦ ହୋଇଛି । ସେନସେକ୍ସ ସେୟାରରେ ମହିନ୍ଦା ଆଣ୍ଡ ମହିନ୍ଦ୍ରାର ସର୍ବାଧିକ ଲାଭ ହୋଇଛି । କମ୍ପାନୀର ସେୟାରରେ ୩.୧୩% ବୃଦ୍ଧି ଘଟିଛି ।

ABOUT THE AUTHOR

...view details