ନୂଆଦିଲ୍ଲୀ:ଜୀବନ ବୀମା ପଲିସିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଆୟକର ବିଭାଗ ଜୀବନ ବୀମା ପଲିସି ସହ ଜଡ଼ିତ ନୂଆ ନିୟମ ସ୍ଥିର କରିଛି । ୫ ଲକ୍ଷରୁ ଅଧିକ ବାର୍ଷିକ ପ୍ରିମିୟମ କ୍ଷେତ୍ରରେ Life Insurance Policy(LIP)ରୁ ମିଳୁଥିବା ଆୟର ଗଣନା ପାଇଁ ନୂଆ ନିୟମ ନିର୍ଦ୍ଧାରିତ ହୋଇଛି । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (CBDT) ଆୟକର ଅଧିନିୟମ, ୨୦୨୩କୁ ଅଧିସୂଚୀତ କରିଛି । ଏଥିରେ ଜୀବନ ବୀମା ପଲିସିର ମ୍ୟାଚୁରିଟି ପରେ ମିଳୁଥିବା ଅର୍ଥରାଶି କ୍ଷେତ୍ରରେ ଆୟର ଗଣନା ପାଇଁ ୧୧ ୟୁଏସିଏ ନିୟମ ନିର୍ଦ୍ଧାରିତ କରାଯାଇଛି । ଯେଉଁ ପଲିସିରେ ପ୍ରିୟମିୟ ରାଶି ୫ ଲକ୍ଷରୁ ଅଧିକ ସେ କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ ହେବ ।
ସଂଶୋଧନ ଅନୁସାରେ, ୧ ଏପ୍ରିଲ ୨୦୨୩ କିମ୍ବା ଏହା ପରେ ଜାରି ହୋଇଥିବା ପଲିସି ପାଇଁ ଧାରା ୧୦(10D) ଅଧିନରେ ମ୍ୟାଚୁରିଟି ଲାଭ ଉପରେ ସେତେବେଳେ ଟିକସ ଛାଡ଼ ପ୍ରଯୁଜ୍ୟ ହେବ, ଯଦି ଜଣେ ବ୍ୟକ୍ତିଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ମୋଟ ପ୍ରିମିୟମ ରାଶି ୫ ଲକ୍ଷରୁ ଅଧିକ ନହୁଏ । ଏହି ଲିମିଟ୍ ଠାରୁ ଅଧିକ ପ୍ରିୟମିୟ ପାଇଁ ମିଳୁଥିବା ରାଶିକୁ ଆୟ ସହିତ ଯୋଡ଼ା ଯିବ ଓ ପ୍ରଚଳିତ ହାରରେ ଟିକସ ଲଗାଯିବ ।