ନୂଆଦିଲ୍ଲୀ:ସାରା ବିଶ୍ବରେ ଚାଉଳ ଉତ୍ପାଦନରେ ଭାରତ ପ୍ରଥମ ସ୍ଥାନରେ ରହିଛି । ପ୍ରାୟ ଅଧିକାଂଶ ଦେଶରେ ଭାତକୁ ପ୍ରଧାନ ଖାଦ୍ୟ ଭାବରେ ଗ୍ରହଣ କରାଯାଏ । ଭାତ ଏମିତି ଏକ ଖାଦ୍ୟ ଯାହା ବିନା ଆମର ଖାଇବା ଥାଳି ଅଧୁରା ଲାଗେ । ତେବେ କିଛି ଦିନ ପୂର୍ବରୁ ଭାରତ ସରକାର ପିଆଜ ପରେ ଚାଉଳ ଉପରେ ମଧ୍ୟ ରପ୍ତାନୀ ଶୁଳ୍କ ଲଗାଇଛନ୍ତି । ଯାହାର ପରିଣାମ ଏବେ ସାରା ବିଶ୍ବରେ ଦେଖିବାକୁ ମିଳୁଛି । ଅନେକ ଦେଶରେ ଚାଉଳର ଦର ମହଙ୍ଗା ହେବା ଫଳରେ ଲୋକମାନଙ୍କର ରୋଷେଇ ସାମଗ୍ରୀ ଖର୍ଚ୍ଚକୁ ଆହୁରି ବଢ଼ାଇ ଦେଇଛି । ତେବେ ଚାଉଳର ମୂଲ୍ୟ ଲଗାତାର ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ତେବେ ଏସିଆ ବଜାରରେ ଚାଉଳର ମୂଲ୍ୟ ବୃଦ୍ଧି ପାଇବାରେ 15ବର୍ଷ ମଧ୍ୟରେ ଉଚ୍ଚତମ ସ୍ତରକୁ ଆସିଯାଇଛି ।
ଭାରତ ଦୁନିଆର ସବୁଠାରୁ ଅଧିକ ଚାଉଳ ରପ୍ତାନୀ କରୁଥିବା ଦେଶ ଅଟେ । ତେବେ ଭାରତ ପରେ ଥାଇଲାଣ୍ଡ୍ ଓ ଭିଏତନାମ୍ ଭଳି ଦେଶର ନାମ ଆସେ । ସୂଚନା ଅନୁସାରେ ଭାରତ ସରକାର ଜୁଲାଇ 20ଠାରୁ ଚାଉଳ ସମେତ ଅନ୍ୟ କେତେକ ଖାଦ୍ୟ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି । ତେବେ ଗତ ସପ୍ତାହରେ ଏହି ପ୍ରତିବନ୍ଧକକୁ ଆହୁରି ଅଧିକ କଡ଼ାକଡ଼ି କରାଯାଇଛି । ଉଷୁନା ଏବଂ ବାସୁମତୀ ଚାଉଳର ରପ୍ତାନୀ ଉପରେ ଅଧିକ ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ଯାହାର ସିଧା ପ୍ରଭାବ ସେହି ଦେଶମାନଙ୍କ ଉପରେ ପଡ଼ୁଛି ଯେଉଁ ଦେଶଗୁଡ଼ିକ ଚାଉଳ ପାଇଁ ସମ୍ପୁର୍ଣ୍ଣ ଭାବରେ ଭାରତ ଉପରେ ନିର୍ଭର କରନ୍ତି।
ଏହା ମଧ୍ୟ ପଢ଼ନ୍ତୁ...Basmati Rice Export: 1ଟନ୍ ବାସୁମତୀ ଚାଉଳ ରପ୍ତାନୀ ଉପରେ 1200 ଡଲାର ରପ୍ତାନୀ ଶୁଳ୍କ ଲଗାଇଲେ ସରକାର