ଓଡିଶା

odisha

ETV Bharat / business

ଜିଓ-ଏୟାରଟେଲ ୟୁଜର୍ସଙ୍କୁ ଲାଗିପାରେ ବଡ ଝଟ୍‌କା, ବନ୍ଦ ହେବ ମାଗଣା 5G ଇଣ୍ଟରନେଟ ସେବା ! - ମାଗଣା 5ଜି ଡାଟା

JIO and Airtel Unlimited 5G Data Plan: ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ପ୍ରିମିୟମ ଗ୍ରାହକଙ୍କୁ ଲାଗିପାରେ ବଡ଼ ଝଟକା । ଗ୍ରାହକମାନଙ୍କ ପାଇଁ ଅନଲିମିଟେଡ 5ଜି ଡାଟା ପ୍ଲାନକୁ ଖୁବଶୀଘ୍ର ବନ୍ଦ କରିପାରନ୍ତି । ଅଧିକ ପଢ଼ନ୍ତୁ

ଜିଓ ଓ ଏୟାରଟେଲ
ଜିଓ ଓ ଏୟାରଟେଲ

By ETV Bharat Odisha Team

Published : Jan 14, 2024, 7:53 AM IST

ନୂଆଦିଲ୍ଲୀ:ନୂଆବର୍ଷ ଆରମ୍ଭରୁ ଆସିଲା ବଡ଼ ଖବର । ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ପ୍ରିମିୟମ ଗ୍ରାହକଙ୍କୁ ଲାଗିପାରେ ବଡ଼ ଝଟକା । ଗ୍ରାହକମାନଙ୍କ ପାଇଁ ଅନଲିମିଟେଡ 5ଜି ଡାଟା ପ୍ଲାନକୁ ଖୁବଶୀଘ୍ର ବନ୍ଦ କରିପାରନ୍ତି ଏହି ଟେଲିକମ ସେବା ପ୍ରଦାନ କରୁଥିବା ଦୁଇ ସଂସ୍ଥା । ଏନେଇ ଶନିବାର ମିଡ଼ିଆ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ଏକ ଅନ୍ତର୍ଜାତୀୟ ମିଡ଼ିଆ ରିପୋର୍ଟ ଅନୁଯାୟୀ, ବିଶ୍ଳେଷକମାନେ କହିଛନ୍ତି ଯେ, କମ୍ପାନୀଗୁଡିକ 2024ର ଦ୍ୱିତୀୟାର୍ଦ୍ଧରୁ 4G ତୁଳନାରେ 5G ସେବା ପାଇଁ ଅତିକମରେ 5ରୁ 10 ପ୍ରତିଶତ ଅଧିକ ଶୁଳ୍କ ନେବେ ।

ତେବେ ମନିଟାଇଜେସନ ବୃଦ୍ଧି ଏବଂ ରାଜସ୍ବ ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖି ଏହି ପଦକ୍ଷପ ନେଇଛନ୍ତି ଉଭୟ କମ୍ପାନୀ । ଶିଳ୍ପ ବିଶେଷଜ୍ଞଙ୍କ ଅନୁଯାୟୀ, ଉଭୟ ଟେଲିକମ୍ ଅପରେଟରଙ୍କ ଦ୍ବାରା 5G ଭିତ୍ତିଭୂମି ବିନିଯୋଗ ଏବଂ ଗ୍ରାହକ ଅଧିଗ୍ରହଣ ଖର୍ଚ୍ଚରେ ସେମାନଙ୍କର ROIରେ ସୁଧାର ଆଣିବା ପାଇଁ 2024 ସେପ୍ଟେମ୍ବର ତ୍ରୟୋମାସିକରେ ମୋବାଇଲ ଶୁଳ୍କକୁ ଅତି କମରେ 20 ପ୍ରତିଶତ ବୃଦ୍ଧି କରିବେ ବୋଲି ଆଶା କରାଯାଉଛି । ଅନ୍ୟ ଟେଲିକମ ଅପରେଟର ଭୋଡାଫୋନ୍-ଆଇଡିଆ ଏବଂ ସରକାରୀ ମାଲିକାନାରେ ଥିବା ବିଏସଏନଏଲ (BSNL) ଏବେ ପର୍ଯ୍ୟନ୍ତ ଦେଶରେ 5G ସେବା ଆରମ୍ଭ କରିନାହାଁନ୍ତି । ଏହି ସମୟରେ, ଭାରତୀ ଏୟାରଟେଲ, ଏରିକ୍ସନ ସହ ସହଭାଗିତାରେ ଏୟାରଟେଲ 5G ନେଟୱାର୍କରେ ଏରିକ୍ସନର ପ୍ରି-କମର୍ସିଆଲ ରିଡ୍ୟୁସ କାପାବିଲିଟି (REDCAP) ସଫ୍ଟୱେୟାରକୁ ସଫଳତାର ସହ ପରୀକ୍ଷା କରିଛି ।

ଏହା ମଧ୍ୟ ପଢ଼ନ୍ତୁ.....ଜିଓର ଧମାକାଦାର ଅଫର, ଆରମ୍ଭ କଲା ପ୍ରିପେଡ ପ୍ଲାନ ସହ ସ୍ବିଗି ୱାନ ଲାଇଟ ସବସ୍କ୍ରିପସନ

ଏହା ମଧ୍ୟ ପଢ଼ନ୍ତୁ.....ଏୟାରଟେଲ ଗ୍ରାହକଙ୍କ ପାଇଁ ନୂଆ ପ୍ଲାନ, ଫ୍ରି'ରେ ମିଳିବ ନେଟଫ୍ଲିକ୍ସର ସବ୍‌ସ୍କ୍ରିପ୍‌ସନ୍‌

ଚିପ୍ ନିର୍ମାତା କ୍ୱାଲକମ୍ ସହଯୋଗରେ 5G REDCAP ପରୀକ୍ଷା ମଡ୍ୟୁଲର ବ୍ୟବହାର କରି 5G TDD ନେଟୱାର୍କରେ ପରୀକ୍ଷା ଭାରତରେ REDCAPର ପ୍ରଥମ କାର୍ଯ୍ୟକାରିତା ଏବଂ ବୈଧତାକୁ ପ୍ରତିନିଧିତ୍ବ କରେ । ସେପଟେ କମ୍ପାନୀ କହିଛି ଯେ, ଏରିକ୍ସନ୍ ରେଡକ୍ୟାପ୍ ହେଉଛି ଏକ ନୂତନ ରେଡିଓ ଆକସେସ୍ ନେଟୱାର୍କ (RAN) ସଫ୍ଟୱେର୍ ସଲ୍ୟୁସନ୍ । ଯାହା ନୂତନ 5G ବ୍ୟବହାରର ସ୍ଥିତି ସୃଷ୍ଟି କରିଥାଏ । ଏହାସହ ସ୍ମାର୍ଟୱାଚ, ଅନ୍ୟାନ୍ୟ ପରିଧାନ ଯୋଗ୍ୟ ଉପକରଣ, ଇଣ୍ଡଷ୍ଟ୍ରିଆଲ୍ ସେନ୍ସର ଭଳି ଡିଭାଇସ ସହିତ ଅଧିକ 5G ସଂଯୋଗ ସକ୍ଷମ ରଖିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details