ଓଡିଶା

odisha

By

Published : Aug 5, 2022, 10:47 AM IST

ETV Bharat / business

Repo Rate Hike: ୫୦ ବେସିସ୍ ପଏଣ୍ଟ ବଢିଲା ରେପୋ ରେଟ୍, ମହଙ୍ଗା ହେବ ଋଣ

୫୦ ବେସିସ୍ ପଏଣ୍ଟ ବଢିଲା ରେପୋ ରେଟ୍ । ଘୋଷଣା କଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଅଧିକ ପଢନ୍ତୁ

Repo Rate Hike: ୫୦ ବେସିସ୍ ପଏଣ୍ଟ ବଢିଲା ରେପୋ ରେଟ୍
Repo Rate Hike: ୫୦ ବେସିସ୍ ପଏଣ୍ଟ ବଢିଲା ରେପୋ ରେଟ୍

ନୂଆଦିଲ୍ଲୀ:ପୁଣି ବଢିଲା ରେପୋ ରେଟ୍ । ଦରଦାମ ବୃଦ୍ଧିକୁ ନେଇ ଲୋକେ ଚିନ୍ତିତ ଥିବାବଳେ ଆଜି ଆରବିଆଇ ବ୍ୟାଙ୍କ ସୁଧହାର ବା ରେପୋ ରେଟ୍ ବୃଦ୍ଧି କରିଛି । ୫୦ ବେସିସ୍ ପଏଣ୍ଟ ବଢିଛି ରେପୋ ରେଟ୍(RBI raises repo rate by 50 bps) । ଯାହାଫଳରେ ରେପୋ ରେଟ୍ ଏବେ ୫.୪୦ ପ୍ରତିଶତରେ ପହଞ୍ଚିଛି । ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ମୁଦ୍ରାନୀତି ସମୀକ୍ଷା (MPC) ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ତିନି ମାସର ସ୍ବଳ୍ପ ଅବଧି ମଧ୍ୟରେ ଏହା ତୃତୀୟ ଥର ପାଇଁ ବୃଦ୍ଧି ପାଇଛି ।

ରିଜର୍ଭ ବ୍ୟାଙ୍କ ସୁଧହାର(Repo Rate) ବଢାଇବା ଅର୍ଥ ଇଏମଆଇ ଏବଂ ଋଣ ମହଙ୍ଗା ହେବ । ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଉଭୟ କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ ଉଦ୍ୟମ ଜାରି ରଖିଛନ୍ତି । ଏହାସତ୍ତ୍ବେ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି । ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଶକ୍ତିକାନ୍ତ ଦାସ । ବିଶ୍ବର ବର୍ତ୍ତମାନ ସ୍ଥିତି ଯୋଗୁଁ ଅର୍ଥନୀତି ପ୍ରଭାବିତ ହୋଇଛି ବୋଲି ଗଭର୍ଣ୍ଣର କହିଛନ୍ତି । ସେହିପରି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧ ହାର ହ୍ରାସ କରିଛି ଆଇଏମଏଫ । ୨୦୨୩ ଆର୍ଥିକ ବର୍ଷରେ ୭.୨ ପ୍ରତିଶତ ରହିବା ନେଇ ଅଭିବୃଦ୍ଧି ଆକଳନ କରାଯାଇଛି । ଏହାସହିତ ମୁଦ୍ରାସ୍ଫୀତି ୬.୭ ପ୍ରତିଶତ ବୃଦ୍ଧି ସମ୍ଭାବନା ଥିବା କୁହାଯାଇଛି ।

ABOUT THE AUTHOR

...view details