ଓଡିଶା

odisha

ETV Bharat / business

ପୁଣି ବଢିଲା ରେପୋ ରେଟ୍, ମହଙ୍ଗା ହେବ ଋଣ

ପୁଣି ବଢିଲା ରେପୋ ରେଟ୍ । ଆଜି(ବୁଧବାର) ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

ପୁଣି ବଢିଲା ରେପୋ ରେଟ୍, ମହଙ୍ଗା ହେବ ଋଣ
ପୁଣି ବଢିଲା ରେପୋ ରେଟ୍, ମହଙ୍ଗା ହେବ ଋଣ

By

Published : Jun 8, 2022, 10:47 AM IST

ନୂଆଦିଲ୍ଲୀ:ପୁଣି ବଢିଲା ରେପୋ ରେଟ୍ । ଆଜି(ବୁଧବାର) ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇଛି । କ୍ରମାଗତ ଦ୍ବିତୀୟ ମାସରେ ସୁଧହାର ବଢାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଫଳରେ ବର୍ତ୍ତମାନ ରେପୋ ରେଟ୍ ୪.୪୦ ପ୍ରତିଶତରୁ ବଢି ୪.୯୦ ପ୍ରତିଶତ ହୋଇଯାଇଛି । ଆଜି ଆରବିଆଇର ମୁଦ୍ରାନୀତି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ଏହାପୂର୍ବରୁ ଗତ ମେ ମାସରେ ରେପୋ ରେଟ୍ ୪୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇଥିଲା । ରେପୋ ରେଟ୍ ପୁଣି ବଢିବା ପରେ ସବୁ ଋଣ ଆହୁରି ମହଙ୍ଗା ହେବ । ଲୋକଙ୍କ ଉପରେ EMI ବୋଝ ବଢିବ ।

ସେହିପରି ବର୍ତ୍ତମାନ ସମୟରେ ମହଙ୍ଗା ମାଡରୁ ଆଶ୍ବସ୍ତି ପାଇବେ ନାହିଁ ସାଧାରଣ ଲୋକେ । ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ଆକଳନକୁ ମଧ୍ୟ ବୃଦ୍ଧି କରିଛି । ମୁଦ୍ରାସ୍ଫୀତି ୬.୭ ପ୍ରତିଶତ ରହିବ ବୋଲି କହିଛି ଆରବିଆଇ । ଅନ୍ୟପଟେ ଦେଶରେ ଉଚ୍ଚ ମୁଦ୍ରାସ୍ଫୀତି ମଧ୍ୟରେ ପୁନର୍ବାର ଭାରତର ଆର୍ଥିକ ଅଭିବୃଦ୍ଧି ଆକଳନକୁ ହ୍ରାସ କରିଛି ବିଶ୍ବ ବ୍ୟାଙ୍କ । ପୂର୍ବରୁ ବିଶ୍ବ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ ୮.୭ ପ୍ରତିଶତରୁ ୮ ପ୍ରତିଶତକୁ ହ୍ରାସ କରିଥିଲା । ଏବେ ପୁଣି ଅଭିବୃଦ୍ଧି ୭.୫ ପ୍ରତିଶତ ରହିବା ନେଇ ଆକଳନ କରିଛି । ବିଶ୍ବର ପ୍ରମୁଖ ରେଟିଂ ଏଜେନ୍ସିଂ ଗୁଡିକ ମଧ୍ୟ ଭାରତ ପାଇଁ ନିଜ ଅଭିବୃଦ୍ଧି ଆକଳନରେ ସଂଶୋଧନ କରିଛି । ମୁଦ୍ରାସ୍ଫୀତି ପ୍ରଭାବରେ ଭାରତର ଅଭିବୃଦ୍ଧି ୯.୧ ପ୍ରତିଶତ ନୁହେଁ ୮.୮ ପ୍ରତିଶତ ରହିବ ବୋଲି କହିଛି ମୁଡିସ୍ । ସେହିପରି ଫିଚ୍, ଆଇଏମଏଫ ମଧ୍ୟ ନିଜ ଆକଳନକୁ ହ୍ରାସ କରିଛନ୍ତି ।

ABOUT THE AUTHOR

...view details