ନୂଆଦିଲ୍ଲୀ:ଭାରତ ପାଇଁ ବଡ ଉବଲବ୍ଧି । ଓ଼ଡିଆଙ୍କ ପାଇଁ ଗର୍ବ ଆଣିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଶକ୍ତିକାନ୍ତ ଦାସଙ୍କୁ 'ଗଭର୍ଣ୍ଣର ଅଫ୍ ଦି ଇୟର 2023' ସମ୍ମାନରେ ସମ୍ମାନିତ କରାଯାଇଛି । ଇଂଲଣ୍ଡରେ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ତରଫରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ପୂର୍ବତନ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ପରେ ଶକ୍ତିକାନ୍ତ ଦାସଙ୍କୁ ଗଭର୍ଣ୍ଣର କରାଯାଇଥିଲା । ସେବେଠୁ କୋରୋନା ମହାମାରୀ, ଋଷ-ୟୁକ୍ରେନ ଯୁଦ୍ଧ, ଆର୍ଥିକ ମାନ୍ଦାବସ୍ଥା ଭଳି ଆହ୍ବାନକୁ ସେ ସଫଳତାର ସହ ପରିଚାଳନା କରିଛନ୍ତି ।
କୋଭିଡ ସମୟରେ ଅର୍ଥବ୍ୟବସ୍ଥାକୁ ସଙ୍କଟ ଦୂର କରିବା ପାଇଁ ଆରବିଆଇ ଲେଣ୍ଡିଂ ରେଟ ହ୍ରାସ କରିଥିଲା । ସାଧାରଣ ଲୋକଙ୍କୁ ଇଏମଆଇ ଛାଡ କରିବା ସହ ସୁଧହାର ରିହାତି ଦିଆଯାଇଥିଲା । କୋଭିଡ ସମୟରେ ଦେଶର ଆର୍ଥିକ ବ୍ୟବସ୍ଥାକୁ ସଙ୍କଟରୁ ମୁକୁଳେଇବା ପାଇଁ ଶକ୍ତିକାନ୍ତ ଦାସଙ୍କ ପ୍ରମୁଖ ଭୂମିକା ରହିଥିବା ନେଇ ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ରାଜନୈତିକ ଓ ଅର୍ଥନୈତିକ ସଙ୍କଟ ଭିତରେ ଶକ୍ତିକାନ୍ତ ଦାସ ତାଙ୍କ ନିଷ୍ପତ୍ତିରେ ସନ୍ତୁଳନ ରଖି କାର୍ଯ୍ୟ କରୁଥିଲେ । ଏହି ସମ୍ମାନ ପାଇପାରେ ଶକ୍ତିକାନ୍ତ ଦାସ ଦ୍ବିତୟ ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର । ଏହା ପୂର୍ବରୁ 2015ରେ ରଘୁରାମ ରାଜନ ଏହି ସମ୍ମାନ ପାଇଥିଲେ ।
ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ସୂଚନା ଅନୁସାରେ ସମୟ କ୍ରମେ ସ୍ଥିର ନେତୃତ୍ବରେ ଶକ୍ତିକାନ୍ତଙ୍କ କାର୍ଯ୍ୟକରିବା ଶୈଳୀ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ସେଣ୍ଟ୍ରାଲ ବ୍ୟାଙ୍କିଙ୍କ ପବ୍ଲିକେଶନ ହେଉଛି ପବ୍ଲିକ ପଲିସି ଏବଂ ଫାଇନାଲସିଆର ମାର୍କେଟ ସମ୍ପର୍କିତ ପବ୍ଲିକେସନ ଯାହାର ନଜର ସମଗ୍ର ବିଶ୍ବର କେନ୍ଦ୍ରୀୟ ବ୍ୟାଙ୍ଗ ଓ ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା ଉପରେ ରହିଥାଏ ।