ନୂଆଦିଲ୍ଲୀ:ଦେଶବାସୀଙ୍କୁ କଲବଲ କରୁଛି ତେଲ ଦର । ଆଜି ଦେଶରେ ପୁଣିଥରେ ପେଟ୍ରୋଲ ଓ ଡିଜେଲ ଦାମ୍ ବୃଦ୍ଧି ପାଇଛି(Petrol, diesel prices hike) । ବିଗତ ୧୫ ଦିନରେ ୧୩ ଥର ଦର ବଢିଲାଣି । ଆଜି ପୁଣି ପେଟ୍ରୋଲ ଓ ଡିଲେଲ ଲିଟର ପିଛା ୮୦ ପଇସା ଲେଖାଏଁ ବଢିଛି । ପ୍ରତିଦିନ ତେଲ ଦର ବଢିଚାଲିଛି । ଫଳରେ ଗତ ଦୁଇ ସପ୍ତାହ ମଧ୍ୟରେ ତେଲ ମୋଟ ୯.୨୦ ଟଙ୍କା ମହଙ୍ଗା ହୋଇଛି ।
ଆଜି ରାଜଧାନୀ ଦିଲ୍ଲରେ ତେଲ ୮୦ ପଇସା ବଢିବା ସହ ଏବେ ଏଠାରେ ପେଟ୍ରୋଲ ଲିଟର ୧୦୪.୬୧ ଟଙ୍କା ଓ ଡିଜେଲ ୯୫.୮୭ ଟଙ୍କାରେ ପହଞ୍ଚିଛି । ମୁମ୍ବାଇଲେ ପେଟ୍ରୋଲ ଲିଟର ପିଛା ୮୪ ପଇସା ଓ ଡିଜେଲ ୮୫ ପଇସା ମହଙ୍ଗା ହୋଇଛି । ଫଳରେ ବାଣିଜ୍ୟ ସହରରେ ତେଲ ଦର ଯଥାକ୍ରମେ ୧୧୯.୬୭ ଟଙ୍କା ଓ ୧୦୩.୯୨ ଟଙ୍କା ହୋଇଛି । ଦେଶବ୍ୟାପୀ ତେଲ ଦର ବୃଦ୍ଧି ପାଇଛି । ସ୍ଥାନୀୟ ଟିକସ ଆଧାରରେ ବିଭିନ୍ନ ସ୍ଥାନରେ ଦର ଭିନ୍ନ ଭିନ୍ନ ହୋଇଥାଏ ।