ହାଇଦ୍ରାବାଦ:ଆଜିକାଲି ଯେକୌଣସି ଜିନିଷ କିଣିବା ପାଇଁ ଲୋକେ ଲୋନ ନେବାକୁ ଚିନ୍ତା କରୁଛନ୍ତି । ବହୁସଂଖ୍ୟକ ଆର୍ଥିକ ସଂସ୍ଥା ମଧ୍ୟ ପର୍ସନାଲ ଲୋନ/ ବ୍ୟକ୍ତିଗତ ଋଣ(personal loans) ଦେବାକୁ ଆଗେଇ ଆସୁଛନ୍ତି । କ୍ଷଣିକ ମଧ୍ୟରେ ଗ୍ରାହକଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ ହୋଇଯାଇଛି । ଅତି ଜରୁରୀ ସ୍ଥିତିରେ ଏହି ଲୋନଗୁଡିକ ଉପଯୋଗୀ ହୋଇଥାନ୍ତି । ହେଲେ ସମସ୍ତ ବିବରଣୀ ବିନା କୌଣସି ପ୍ରକାର ଲୋନ ନେବା ଅନୁଚିତ୍ । ଏହା ଆମକୁ ଆର୍ଥିକ ସଙ୍କଟ ମଧ୍ୟକୁ ଠେଲିପାରେ । ବର୍ତ୍ତମାନ ସମୟରେ ଅଣବ୍ୟାଙ୍କିଙ୍ଗ ଆର୍ଥିକ ଅନୁଷ୍ଠାନଗୁଡିକ ନିଜର ଲୋନ ଆକାଉଣ୍ଟ ସଂଖ୍ୟା ବୃଦ୍ଧି କରି ବୃହତ୍ ପରିମାଣର ପର୍ସନାଲ ଲୋନ ଅଫର କରୁଛନ୍ତି । ଅନେକ ସମୟରେ ଏହି ଆର୍ଥିକ ଅନୁଷ୍ଠାନଗୁଡିକ(NBFCs) କ୍ରେଡିଟ ସ୍କୋର୍ ପ୍ରତି ଧ୍ୟାନ ଦେଇନଥାନ୍ତି ।
ପର୍ସନାଲ ଲୋନର ଆବଶ୍ୟକତା ପଡିଲେ ପ୍ରଥମେ କେଉଁ ଫାର୍ମ ଆପଣଙ୍କ ଆବଶ୍ୟକତା ପୂରଣ କରିପାରିବ ତାହା ସ୍ଥିର କରନ୍ତୁ । ସୁଧହାର ଏବଂ ପ୍ରୋସେସନ ଫି ପ୍ରତି ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ । ଲୋନ ସମ୍ପର୍କରେ ସମସ୍ତ ବିବରଣୀ ପାଇଁ ସେହି ଫାର୍ମର ୱେବସାଇଟ୍ ସର୍ଚ୍ଚ କରନ୍ତୁ ଏବଂ ଏହାକୁ ନୋଟ୍ କରନ୍ତୁ । ଏହାକୁ ଅନ୍ୟ ଫାର୍ମ ସହ ତୁଳନା କରନ୍ତୁ । ତେବେ ଫାର୍ମଗୁଡିକର ୱେବସାଇଟରେ ବିବରଣୀ ସଂଗ୍ରହ କରନ୍ତୁ, କିନ୍ତୁ ଏଥିରେ ଲୋନ ପାଇଁ ଆବେଦନ କରନ୍ତୁ ନାହିଁ । ଏହା ଆପଣଙ୍କ କ୍ରେଡିଟ ରିପୋର୍ଟ ପ୍ରଭାବିତ କରିଥାଏ ।
ଲୋନ ନେବାର ଶୀଘ୍ରତାରେ ଅନେକ ଗ୍ରାହକ ଏହାର ସର୍ତ୍ତାବଳୀଗୁଡିକୁ ଧ୍ୟାନପୂର୍ବକ ପାଳନ କରନ୍ତି ନାହିଁ । ଭିନ୍ନଭିନ୍ନ ଫାର୍ମର ସର୍ତ୍ତାବଳୀଗୁଡିକ ମଧ୍ୟ ଭିନ୍ନ । କିଛି ଫାର୍ମ ଅଗ୍ରୀମ ପେମେଣ୍ଟ ଫି ସଂଗ୍ରହ କରିଥାନ୍ତି ଏବଂ ଲୋନ ସହ ଇନ୍ୟୁରାନ୍ସ ପଲିସି ନେବାକୁ ବାଧ୍ୟ କରିଥାନ୍ତି । ଏସବୁ ସର୍ତ୍ତାବଳୀ ସମ୍ପର୍କରେ ସେତେବେଳେ ଜାଣିପାରିବେ ଯେତେବେଳେ ଲୋନ ଏଗ୍ରିମେଣ୍ଟକୁ ଭଲ ଭାବେ ଦେଖିବେ । ଲୋନ କ୍ଷେତ୍ରରେ ତରବରିଆ ଭାବେ ନିଷ୍ପତ୍ତି ନେବା କ୍ଷତିକାରକ ହୋଇଥାଏ ।