ଓଡିଶା

odisha

ETV Bharat / business

PepsiCo Layoffs: ଚାକିରିରୁ ବିଦା ହେବେ ପେପ୍ସିକୋରେ କାମ କରୁଥିବା ଶତାଧିକ କର୍ମଚାରୀ - ପେପ୍ସିକୋରେ ଛଟେଇ

ଟ୍ବିଟର, ଆମାଜନ, ସେୟାରଚାଟ, ଗୁଗୁଲ୍ ପରେ ଏବେ ପାଳି ପେପ୍ସିକୋ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କର । ଶତାଧିକ କର୍ମଚାରୀଙ୍କ ଛଟେଇ ନେଇ ପେପ୍ସିକୋ ନିଷ୍ପତ୍ତି ନେଉଥିବା ସୂଚନା(PepsiCo planning to layoff hundreds of employees । ଅଧିକ ପଢନ୍ତୁ

PepsiCo Layoffs: ଚାକିରିରୁ ବିଦା ହେବେ ପେପ୍ସିକୋରେ କାମ କରୁଥିବା ଶତାଧିକ କର୍ମଚାରୀ
PepsiCo Layoffs: ଚାକିରିରୁ ବିଦା ହେବେ ପେପ୍ସିକୋରେ କାମ କରୁଥିବା ଶତାଧିକ କର୍ମଚାରୀ

By

Published : Dec 7, 2022, 11:25 AM IST

ନୂଆଦିଲ୍ଲୀ: ଆର୍ଥିକ ସମସ୍ୟାରେ ଯୁଝି ହେଉଛି ମୃଦୁ ପାନୀୟ କମ୍ପାନୀ ପେପ୍ସିକୋ(PepsiCo) ! ଶତାଧିକ କର୍ମଚାରୀଙ୍କୁ କମ୍ପାନୀ ଛଟେଇ କରିବା ନେଇ ନିଷ୍ପତ୍ତି କରିବା ପରେ ଏହା ଏକ ପ୍ରକାର ସ୍ପଷ୍ଟ । ଖବର ଅନୁସାରେ, ଉତ୍ତର ଆମେରିକୀୟ ସ୍ନାକ୍ସ ଏବଂ ମୃଦୁ ପାନୀୟ ବିଭାଗରେ ଶତାଧିକ କର୍ମଚାରୀଙ୍କୁ ଛଟେଇ କରିବା ନେଇ ପେପ୍ସିକୋ ନିଷ୍ପତ୍ତି ନେଇଛି(Pepsico planning to layoff hundreds of employees) ।

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁଯାୟୀ, ଛଟେଇର କାରଣ ଆର୍ଥିକ ମାନ୍ଦାବସ୍ଥା । କମ୍ପାନୀର ଏକ ଯୋଜନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ସଂଗଠନକୁ ଆହୁରି ଭଲ ଭାବେ କାମ କରିବା ପାଇଁ ଏହି ଛଟେଇ କରାଯାଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ପେପ୍ସିକୋ ମୁଖପାତ୍ର ଏନେଇ କୌଣସି ବିବୃତ୍ତି ରଖି ନାହାନ୍ତି । କମ୍ପାନୀ ଦ୍ବାରା କରାଯାଉଥିବା ଛଟେଇ ବାବଦରେ ସୂଚନା ଏକ ଆଭ୍ୟନ୍ତରୀଣ ମେମୋ ମାଧ୍ୟମରେ ଦିଆଯାଇଛି ।

କହି ରଖୁଛୁ ଯେ, 2022 ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଏକ ବିପଦ ସୃଷ୍ଟି କରିଛି ! କାରଣ କେବଳ ପେପ୍ସିକୋ ନୁହେଁ ଦେଶ ତଥା ବିଦେଶର ବହୁ ବଡ ବଡ କମ୍ପାନୀ କର୍ମଚାରୀଙ୍କ ଛଟେଇ କରୁଛନ୍ତି । ପ୍ରଥମେ ଏଲନ ମସ୍କ ଟ୍ବିଟରକୁ ନିଜ ଅଧିନକୁ ନେବା ପରେ ଅଧା ଭାଗ କର୍ମଚାରୀଙ୍କ ଛଟେଇ କରିଥିଲେ । ଏହାପରେ ଆମାଜନ୍, ସେୟାରଚାଟ୍ କର୍ମଚାରୀଙ୍କୁ ଚାକିରିରୁ ବିତାଡିତ କରିସାରି ଥିବାବେଳେ ଗୁଗୁଲ୍ ଭଳି ବହୁ ବଡ ବଡ କମ୍ବାନୀ ଛଟେଇ ପାଇଁ ନିଷ୍ପତ୍ତି ନେଇଛନ୍ତି ।

ABOUT THE AUTHOR

...view details