ନୂଆଦିଲ୍ଲୀ: ପ୍ରତିଯୋଗିତା ବିରୋଧି କାର୍ଯ୍ୟକଳାପ ନେଇ ଭାରତୀୟ ପ୍ରତିଯୋଗିତା କମିଶନ(CCI) ତଦନ୍ତର ସାମ୍ନା କରିବେ ବିଶ୍ବର ବୃହତ୍ ଟେକ୍ କମ୍ପାନୀ(tech giants) । ଏହି ଟେକ୍ କମ୍ପାନୀଗୁଡିକୁ ସଂସଦୀୟ କମିଟି ସମନ ଜାରି କରିବାକୁ ନିଷ୍ପତ୍ତି ନେଇଛି । ଏହି କମ୍ପାନୀଗୁଡିକ ହେଲେ ଟ୍ବିଟର, ଫେସବୁକ, ଗୁଗୁଲ ଓ ଆମାଜନ । କମ୍ପାନୀଗୁଡିକର ପ୍ରତିଯୋଗିତାମୂଳକ ଆଚରଣ ପରୀକ୍ଷା କରିବାକୁ ସଂସଦୀୟ କମିଟି ଏହି ପଦକ୍ଷେପ ନେଇଛି । ଏ ସଂକ୍ରାନ୍ତରେ କମିଟିର ପରବର୍ତ୍ତୀ ବୈଠକ ମେ ୧୨ ତାରିଖରେ ହୋଇପାରେ । ଏହିସବୁ ଟେକ୍ ଜିଆଣ୍ଟ ପ୍ରତିଯୋଗିତାକୁ ପ୍ରତିରୋଧ କରୁଥିବା ବିଷୟରେ ଭାରତୀୟ ପ୍ରତିଯୋଗିତା କମିଶନ(CCI) ପକ୍ଷରୁ ଗୁରୁବାର ସଂସଦୀୟ କମିଟି ସମ୍ମୁଖରେ ତଥ୍ୟ ଉପସ୍ଥାପନ କରାଯାଇଛି ।
ଗୁଗୁଲ-ଟ୍ବିଟର-ଫେସବୁକକୁ ସମନ ଜାରି କରିବ ସଂସଦୀୟ କମିଟି
ଟ୍ବିଟର, ଫେସବୁକ, ଗୁଗୁଲ ଓ ଆମାଜନକୁ ସମନ ଜାରି କରିବ ସଂସଦୀୟ କମିଟି । କମ୍ପାନୀ ଗୁଡିକର ପ୍ରତିଯୋଗିତାମୂଳକ ଆଚରଣ ପରୀକ୍ଷା କରିବାକୁ ସଂସଦୀୟ କମିଟି ଏହି ପଦକ୍ଷେପ ନେଇଛି । ଅଧିକ ପଢନ୍ତୁ
ଗୁଗୁଲ-ଟ୍ବିଟର-ଫେସବୁକକୁ ସମନ ଜାରି କରିବ ସଂସଦୀୟ କମିଟି
ସିସିଆଇ ଏକ ଡିଜିଟାଲ ମାର୍କେଟ ଓ ଡାଟା ୟୁନିଟ୍ ପ୍ରତିଷ୍ଠା କରୁଛି । ତେଣୁ ବୃହତ୍ ଟେକ୍ କମ୍ପାନୀଗୁଡିକର ପ୍ରତିଯୋଗିତା ବିରୋଧି କାର୍ଯ୍ୟକାଳାପ ସହ ଡିଲ୍ କରିବାକୁ ସିସିଆଇ ଏହାର ଅଧିନିୟମରେ ସଂଶୋଧନ କରିବାକୁ ଏକ ବିଧେୟକ ଆଣିବାକୁ ଯାଉଥିବା ସୂଚନା ଦେଇଛି । ଏଥିସହ ଗୁଗୁଲ, ଫେସବୁକ, ହ୍ବାଟ୍ସଆପ୍, ଆପଲ, ଆମାଜନ, ଫ୍ଲିପକାର୍ଟ ମେକ୍ ମାଇଁ ଟ୍ରିପ-ଗୋବିବୋ, ସ୍ବିଗି, ଜୋମାଟୋ ଆଦି କମ୍ପାନୀ ବିରୁଦ୍ଧରେ ସିସିଆଇ ତଦନ୍ତ କରୁଥିବା କହିଛି ।